ଜିଲ୍ଲା ପରିକ୍ରମା

ଏକ୍ସପାଏରୀ ଇଜେଂକ୍ସନ ନେଇ ରୋଗୀ ଗୁରୁତର ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର

ମାଲକାନଗିରି, ୬ା୯ (ଓଡିଆ ପୁଅ ) ରାଜ୍ୟସରକାର ସମସ୍ତ ସରାକାରି ଡାକ୍ତରଖାନାରେ ପ୍ରାୟ୫୦୦ପ୍ରକାର ଔଷଧ ଇଜେଂକ୍ସନ ରୋଗୀ ମାନଙ୍କୁ ମାଗଣାରେ ଦେବାର ବ୍ୟବସ୍ଥା କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସରକାରି ଡାକ୍ତର ମାନେ ବାହରୁ ଔଷଧ ଇଜେଂକ୍ସନ କିଣିବା ପାଇଁ ପରାମର୍ଶ ଦେଉଥିବାର ଜଣାପଡିଛି। ମେଡିକାଲ ବାହାର ଔଷଧ ଦୋକାନରୁ ଜଣେ ରୋଗୀ ଇଜେଂକ୍ସନ ନେଇ ଅସୁସ୍ଥ ହୋଇପଡିବା ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି। ମାଲକାନଗିରି ଥାନାସ୍ଥ ଏମଭି୧୯ ଗ୍ରାମର ଗୋପାଳମଣ୍ଡଳ ନାମକ ଜଣେ ବ୍ୟକ୍ତଙ୍କୁ ଗତକିଛି ଦିନ ହେଲା ଜ୍ୱରଲାଗିରହିଥିଲା ତାଙ୍କ ଜ୍ୱର ନ ଛାଡିବାରୁ ସେ ନିକଟସ୍ଥ ଏମଭି୧୯ ପ୍ରାଥମିକ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହୋଇଥିଲେ, ସେଠାରେ ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଲେ ଗୋପାଳଙ୍କୁ ବ୍ରେନ ମ୍ୟାଲେରିଆ ଜ୍ୱର ହୋଇଛି, ସେ ବାହାରୁ ଇଜେଂକ୍ସନ କିଣିଆଣିବାକୁ ଚିଠାଲେଖି ଦେଇଥିଲେ। ନିକଟରେ ଥିବା ଏକ ମେଡିକାଲଷ୍ଟୋର ରୁ ଇଜେଂକ୍ସନ ଆଣାଯାଇ ତାଙ୍କୁ ଗତକାଲି ଦିନ୧୧ଟା ବେଳେ ଦିଆଯାଇଥିଲା। ତଥାପି ତାଙ୍କ ଜ୍ୱର କମି ନଥିବାରୁ ଗତ କାଲି ରାତ୍ରରେ ଆଉଗୋଟିଏ ଇଜେଂକ୍ସନ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।ପୁର୍ବପରି ସେହି ମେଡିକାଲ ଷ୍ଟୋର ରୁ ପୁଣି ଏକ ମ୍ୟାଲେରିଆ ଇଜେଂକ୍ସନ ପରିବାର ଲେକେ କିଣିଆଣି ଡାକ୍ତର ଖାନାରେ ଦେଇଥିଲେ। ସେହି ଇଜେଂକ୍ସନ ନେବାପରେ ଗୋପାଳ ଅସୁସ୍ଥ ହୋଇପଡିଥିଲେ।

ସେ ଏମିତି କାହିଁକି ହେଲେ ବୋଲି ତାଙ୍କୁ ଦିଆଯାଇଥିବା ଇଜେଂକ୍ସନ ଦେଖିବା ବେଳକୁ ତାହା ଗତ 5ମାସ ହେଲା ଏକ୍ସପାଏରୀ ହୋଇଯାଇଛି। ଦେବା ବେଳେ ମେଡିକାଲ ଷ୍ଟୋର ଓ ଡାକ୍ତର, ନର୍ସ କିପରି ଜାଣିପାରିଲେ ନାହିଁ ଏହା ଏକ୍ସପାଏରୀ ହୋଇଛି ବୋଲି ଏହି କଥାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ୟକ୍ତ ହୋଇ ଡାକ୍ତର ଖାନାରେ ହୋହାଲା କରିବା ସହିତ ଉକ୍ତ ମେଡିକାଲ ଷ୍ଟୋରରେ ଚାବିପକାଇ ଦେଇଥିବାର ଜଣାପଡିଛି। ଗୋପାଳ ଙ୍କ ଅବସ୍ଥା ଗରୁତର ହେବାରୁ ଆଜି ସକାଳେ ତାଙ୍କୁ ମାଲାକନଗିରି ଜିଲ୍ଲାସଦର ମହକୁମା ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଦିଆ ଯାଇଥିବାର ଜଣାପଡିଛି। ମାଲାକନଗିରି ହସପିଟାଲରେ ଚିକିତ୍ସିତ ହେବାପରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ହେଉଥିବାର ଡାକ୍ତର ମାନେ କହିଛନ୍ତି। ଉକ୍ତ ଇଜେଂକ୍ସନ ଗତ୨୦୧୬ ମସିହା ଜୁନ୬ତାରିଖରେ ତିଆରି ହୋଇଥିବା ବେଳେ ତାହା ଚଳିତ ବର୍ଷ ମଇ ମାସରେ ଏକ୍ସପାଏରୀ ହୋଇଯାଇଛି। ଗତ ୪ମାସହେଲା ଉକ୍ତ ଇଜେଂକ୍ସନ ବ୍ୟବହାର ତାରିଖ ଚାଲି ଯାଇଥିବା ବେଳେ କିପରି ମେଡିକାଲ ଷ୍ଟୋରରେ ବିକ୍ରୀ ହେଉଛି ଓ ସେହି ଏକ୍ସପାଏରୀ ଇଜେଂକ୍ସନକୁ ଡାକ୍ତରଖାନା କର୍ତୁପକ୍ଷ ରୋଗୀ ମାନଙ୍କୁ କିପରି ଦେଉଛନ୍ତି ତାହା ଜନସାଧାରଣଙ୍କୁ ଚକିତ କରିଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top