ଏକାଡେମୀ ସୌଦ୍ଧ ଓ ଛା୍ତ୍ରୀ ନିବାସ ଶିଳାନ୍ୟାସ

ପୁରୀ:୨୦/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏକାଡେମୀ ସୌଦ୍ଧ ନିର୍ମାଣ ପାଇଁ ଶିଳା ନ୍ୟାସ ଅନୁଷ୍ଠିତ ହୋଇଛି। ଆଜି ଅପରାହ୍ନରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଫଳକ ଅନାବରଣ କରି ୯୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏକାଡେମୀ ବ୍ଲକର ଶିଳାନ୍ୟାସ କରିଥିଲେ। ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ସେହିଭଳି ଭୋଳାନାଥ ବିଦ୍ୟାପୀଠ ପରିସରରେ ଏକ ତପସିଲ ଭୁକ୍ତ ଜାତି ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାନ୍ତି ଫଳକ ଅନାବରଣ କରି ୯୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ଛାତ୍ରୀ ନିବାସର ଶିଳାନ୍ୟାସ କରିଥିଲେ। ଉତ୍ସବରେ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ, ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମିଶ୍ର, ପୁରାତନ ଛାତ୍ର ସଭାପତି ଡାକ୍ତର ତ୍ରିଲୋଚନ ବରାଳ, ବୁଦ୍ଧଦେବ ମହାପାତ୍ର, ପ୍ରେମାନନ୍ଦ ମହାନ୍ତି ଓ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *