ଏକତା ଦିବସ ପାଳିତ

ଖଡିଆଳ/ନୂଆପଡା-୩୧.୧୦.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ କକ୍ଷ ଠାରେ ନେହେରୁ ଯୁବକେନ୍ଦ ନୂଆପଡା ୍ର ଆନୁକ୍ୟୁଲ୍ୟରେ ଖଡିଆଳ ସ୍ଥିତ ସାଓଲିନ କ୍ଲବ ତତ୍ୱାବଧାରେ ଜିଲା ସ୍ତରୀୟ ଏକତା ଦିବସ ପାଳନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସି.ଏଚ. ହୃଦାୟନନ୍ଦ ,ମୁଖ୍ୟବକ୍ତା ଭାବରେ ଖଡିଆଳ ରାଜାସାହେବ ଜିତାମିତ୍ର ସିଂ ଦେଓ,ସମ୍ମାନୀତ ଅତିଥି ଭାବରେ ଖଡିଆଳ ସାଂକୃତିକ ଅନୂଷ୍ଠାନ ସଭାପତି ଜିତେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଏହି ଏକତା ଦିବସ ରେ ଖରିଆର ରୋଡ ଏକଟିଭ୍ ଇଣ୍ଡିଆନ୍ ୟୁଥ କ୍ଲବ ,ପଞ୍ଚସଖା ଯୁବକ ସଂଘ ବାଦୀ,ସଂଦେଶ ଯୁବକ ସଂଘ ଖଡିଆଳ,ସାଂକୃତିକ ଅନୁଷ୍ଠାନ ଖଡିଆଳ ର ସତାଧିକ ଯୁବକ ଯୋଗଦାନ କରିଥିଲେ । ଖଡିଆଳ ସାଓଲିନ କ୍ଲବର ସଭାପତି ଅତୁଲ୍ୟ କୁମାର ସେଠୀ,ମୁକେଶ ଜିନ୍ଦଳ,ଭିଭିଷଣ ସତନାମୀ,ରୁପେଶ ବୈଠାରୁ,ବବୃବାହାନ ବାଗ,କୁନାଳ କୁମାର ବଗ,ରାଜା ବୈଠାରୁ,ଭଜନ ହଂସ,କମଳ ସାହୁ ପ୍ରମୁଖ ସହେଯାଗ କରିଥିଲେ

Leave a Reply

Your email address will not be published. Required fields are marked *