ଅପରାଧ

ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକା ମୁହଁରେ ଏସିଡ ଫିଙ୍ଗିଲା ପ୍ରେମିକ।

କଳାହାଣ୍ଡି- ୧୫.୦୧.୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକତରଫା ପ୍ରେମରେ ବିଫଳ ହେବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ଅଧିନସ୍ଥ ବଙ୍କାପଲା ଠାରେ ପ୍ରେମିକା ମୁହଁରେ ଏସିଡ ମାଡ କରିଥିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି।

ଅଭିଯୋଗ ଅନୁଯାୟୀ, ହାତୀ କୂଳରେ ଥିବା ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ୨୨ବର୍ଷୀୟା ଛାତ୍ରୀ ଜଣକ ସବୁଦିନ ପରି ସୋମବାର ସକାଳୂ ନିଜଗାଁରୁ ହାତୀନଦୀ ପାର ହୋଇ ବଙ୍କାପଳା ଗ୍ରାମ ଦେଇ ଜୁନାଗଡ-କଲମପୁର ରାସ୍ତାରେ କଲମପୁର କୁ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଯାଉଥିଲେ। ଏହି ସମୟରେ ନଦୀଘାଟ ନିକଟରେ ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ସେହି ଏକା ଗ୍ରାମର ପର୍ଶୁରାମ ମାଝୀ ନାମକ ଯୁବକ ସେହି ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗି ଦେଇଥିଲା। ଯୁତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇ ଆହତ ଯୁବତୀକୁ ଉଦ୍ଧାର କରି କଲମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ପୀଡିତାର ମୁହଁ ଓ ହାତ ଏସିଡ ମାଡରେ ପୋଡି ଯାଇଥିବା ଜଣାପଡିଛି। ଅବସ୍ଥା ସଙ୍କଟା ପନ୍ନ ହେବାରୁ ପୀଡିତାକୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପ୍ରକାଶ।

ଏସଂପର୍କରେ ଜୟପାଟଣା ଥାନା ପୋଲିସ ପକ୍ଷରୁ ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଥିବା ବେଳେ ଅଭୀଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ପୋଲିସ ପୀଡିତାଙ୍କ ଓଢଣୀ, ହେୟାର କ୍ଲିପ ଓ ଏସିଡ ପାଇଁ ବ୍ୟବହୃତ ହୋଇଥିବା ବୋତଲ ଠିପି ଇତ୍ୟାଦି ଜବତ କରିଥିବା ଜଣାପଡିଛି। କଲମପୁର ତହସିଲଦାର ଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ପର୍ଶୁରାମ ର ନାମରେ ଆଗରୁ ମଧ୍ୟ ପୋଲିସରେ କେଶ ଥିବା ଜଣାପଡିଛି।

ପୀଡିତା ଙ୍କ ପକ୍ଷରୁ ଏତାଲା ଅନୁଯାୟୀ, ଅଭିଯୁକ୍ତ ପର୍ଶୁରାମ ଏକତରଫା ଭାବେ ପୀଡିତା ଯୁବତୀଙ୍କୁ ପ୍ରେମ କରି ଆସୁଥିଲା ଏବଂ ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲା। ହେଲେ ପଡିତା ପ୍ରତ୍ୟାଖ୍ୟାନ କରିବାରୁ ତାକୁ ଏଭଲି ଭାବେ ଏସିଡ ମାଡ କରିଥିବା ପୀଡିତା ତାର ବୟାନରେ ପ୍ରକାଶ କରିଛି। ଏଭଲି ଭାବେ ପ୍ରେମ ପାଇଁ ଏସିଡ ମାଡ ଘଟଣା ସମାଜରେ ଏକ ଘୃଣ୍ୟ ଓ ନିମ୍ନ ମାନସିକତାର କାମ ଏବଂ ଦୋଷୀକୁ ଉଚିତ ଶାସ୍ତୀ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top