ଏକକ ରାଜସ୍ୱ ଆଇନ ପ୍ରସ୍ତୁତର ଅଗ୍ରଗତି ସଂପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୦୨/୦୭/୨୦୧୮ (ଓଡ଼ିଆ ପୁଅ) ପ୍ରଚଳିତ ବିବିଧ ରାଜସ୍ୱ ଆଇନଗୁଡ଼ିକର ସରଳୀକରଣ କରି ଏକକ ରାଜସ୍ୱ ଆଇନ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପୂର୍ବରୁ ଗଠିତ ସବ୍କମିଟିର ସଦସ୍ୟମାନେ ବିଭିନ୍ନ ରାଜସ୍ୱ ଆଇନରେ ପ୍ରସ୍ତାବିତ ସୁଧାର ସଂପର୍କରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ଅବଗତ କରାଇଥିଲୋ ବୈଠକରେ ଓଜିଏଲ୍ଏସ୍ ଆକଫ-୧୯୭୨, ଓପିଏଲ୍ଇ ଆକଫ-୧୯୭୨, ଓଏସ୍ଏସ୍ ଆକଫ-୧୯୫୮ ଏବଂ ଓଏସ୍ଏସ୍ଏସ୍ ଆକଫ-୨୦୧୨ ଏବଂ ଓଏଲ୍ଆର୍-ଆକଫ-୧୯୬୦ ଏବଂ ଓଇଏ ଆକଫ-୧୯୫୧ ଆଦିରେ ସଂଶୋଧନ ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ହୋଇଥିଲା।

ପ୍ରଚଳିତ ରାଜସ୍ୱ ଆଇନର ବହୁଳତା ଓ ସାଂପ୍ରତିକ ପରିପ୍ରେକ୍ଷୀରେ ବହୁ ଆଇନ ପ୍ରାସଙ୍ଗିକତା ହରାଇଥିବା ଦୃଷ୍ଟିରୁ ଏହି ସମସ୍ତ ଆଇନର ସରଳୀକରଣ କରାଯାଇ ବିଧିବଦ୍ଧ ଭାବରେ ଗୋଟିଏ ଆଇନ ପ୍ରସ୍ତୁତ କରାଯିବା ପାଇଁ ରାଜସ୍ୱ ପର୍ଷଦର ସଭ୍ୟଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛିା ଏହି କମିଟି ଅଧୀନରେ ତିନୋଟି ସବ୍କମିଟି ଗଠନ କରାଯାଇଛି। ଏହି ସବ୍କମିଟିର ସଦସ୍ୟମାନେ ରାଜସ୍ୱ ଆଇନକୁ ତର୍ଜମା କରି ଏଥିରେ ସଂଶୋଧନ ଆଣିବା ସହ ଏକକ ଆଇନର ରୂପରେଖ ପ୍ରସ୍ତୁତ କରି ରାଜସ୍ୱ ପର୍ଷଦ ସଭ୍ୟଙ୍କ ନିକଟରେ ଜୁଲାଇ ୧୫ ତାରିଖ ସୁଦ୍ଧା ଉପସ୍ଥାପନ କରିବେ।

ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ମହାନ୍ତି ଏବଂ ରାଜସ୍ୱ ପର୍ଷଦର ସଭ୍ୟ ତଥା କମିଟି ଅଧ୍ୟକ୍ଷ ଶ୍ରୀ ଜି.ଭି.ଜି ଶର୍ମାଙ୍କ ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ଅବସରରେ ଏକ ତ୍ରୁଟିଶୂନ୍ୟ ଓ ଏକକ ରାଜସ୍ୱ ଆଇନର ଚିଠା ଆଇନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲୋ ଏକ ସରଳ ରାଜସ୍ୱ ଆଇନ କରାଯାଇପାରିଲେ ଏହା ଲୋକାଭିମୁଖୀ ହେବା ସହିତ ରାଜସ୍ୱ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାରଙ୍କ ସମେତ କମିଟିର ସଦସ୍ୟଗଣ ଓ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *