ଏକକ ନିର୍ବାଚନ ପ୍ରସଂଗରେ ବିଜେଡ଼ିର ମତ

ଭୁବନେଶ୍ୱର, ୧୪/୮/୨୦୧୮(ଓଡ଼ିଆ ପୁଅ): ଏକକ ନିର୍ବାଚନ ପ୍ରସଂଗରେ ବିଜୁ ଜନତା ଦଳ ତା’ର ସ୍ପଷ୍ଟ ମତ ପ୍ରକାଶ କରିଛି। ଲ’କମିଶନ ଡାକିଥିବା ବୈଠକରେ ବିଜେଡି ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା। ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଏପ୍ରିଲ ୨୦୧୯ରେ ନିର୍ବାଚନ ହେବାର ଅଛି, ଯଦି ଏହା ସତ ଥାଏ ତେବେ ଏହା ଓଡ଼ିଶାର ବିଧିବଦ୍ଧ ନିର୍ବାଚନ ସମୟ ଅନୁସାରେ ହେବ। ଗତ ନିର୍ବାଚନ ୨୦୧୪ ଏପ୍ରିଲରେ ହୋଇଥିବା ବେଳେ ଆସନ୍ତା ନିର୍ବାଚନ ୨୦୧୯ ଏପ୍ରିଲରେ ହେବାର ସମ୍ଭାବନା ଥିଲା। ତେବେ ଯେହେତୁ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇନାହିଁ, ତାହା ଉପରେ ବକ୍ତବ୍ୟ ରଖିବା ଯୁକ୍ତିଯୁକ୍ତ ହେବ ନାହିଁ। ବିଗତ ୩ଟି ନିର୍ବାଚନରେ ୨୦୦୪, ୨୦୦୯ ଏବଂ ୨୦୧୪ରେ ଏକକ ନିର୍ବାଚନ ହୋଇଥିଲା। ଏକକ ନିର୍ବାଚନ ହେଲେ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *