ଏଆଇଡ଼ିୱାଇଓ ପକ୍ଷରୁ ଗଣବିକ୍ଷୋଭ

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଅଲ ଇଣ୍ଡିଆ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେସନ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବେକାରୀ ସମସ୍ୟା ସମେତ ଅନ୍ୟାନ ସାମାଜିକ ଓ ସାଂସ୍କୃତିକ ସମସ୍ୟା ନେଇ ଗଣବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପାନପୋଷ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସମସ୍ତ ବେକାର ଯୁବକ, ଯୁବତୀଙ୍କୁ ସ୍ଥାୟୀ ଭିତିରେ ନିଯୁକ୍ତି ଦେବା, ନିଯୁକ୍ତି ନଦେବା ପର୍ଯ୍ୟନ୍ତ ବେକାରୀ ଭତା ପ୍ରଦାନ କରିବା, ନିଯୁକ୍ତି ଅଧିକାରକୁ ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି। ଏହା ସହ ଅପସଂସ୍କୃତି ଓ ଅଶ୍ଳୀଳ ଭିଡ଼ିଓ ଏବଂ ମାଦକ ଦ୍ରବ୍ୟର କାରବାର ସଂପୂର୍ଣ୍ଣ ବନ୍ଦ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟର ଖାଲି ପଡ଼ିଥିବା ପଦବୀରେ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଜାତି, ଧର୍ମ, ନାମରେ ରାଜନିତୀ ନକରି ସାମ୍ପ୍ରଦାୟିକ ଶକ୍ତିକୁ ନିଷିଦ୍ଧ କରିବା, ଖୁବଶୀଘ୍ର ୨ୟବ୍ରାହ୍ମଣୀ ସେତୁ ନିର୍ମାଣ, ଆରଜିଏଚକୁ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନାରେ ପରିଣତ କରିବା, ଆରଜିଏଚ ଓ ହାଇଟେକକୁ ମିଶାଇ ଏକ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବା, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ ଓ ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସେବାରେ ଘରୋଇକରଣ ଓ ବ୍ୟବସାୟୀକରଣକୁ ବନ୍ଦ କରିବା, ଭୁମୀହୀନଙ୍କୁ ଅବିଳମ୍ବେ ଜମି ପଟ୍ଟା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କୁଶଳୀ ଶ୍ରମିକଙ୍କୁ ଦୈନିକ ୩୫୦ ଟଙ୍କା ମଜୁରୀ, ଏଆରଜିଏସ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀରେ ଅର୍ନ୍ତଭୁକ୍ତ କରିବା, ବିିପିଏଲ ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ ବନ୍ଦ କରିବା ଆଦି ଦାବି କରାଯାଇଥିଲା। ଏହି ଗଣ ବିକ୍ଷୋଭରେ ସଙ୍ଗଠନର ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡା, ସମ୍ପାଦକ ଶେଖ ଇସଲାମ, ବିଜୟ ସାହୁ, ଜଷ୍ଟିନ ଲୁଗୁନ, ସୁବାଷ ଦଣ୍ଡପା. ବଙ୍କେଶ୍ୱର ମହନ୍ତ, ଆଲୋକ ବେହେରା, ଗଣେଶ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *