ଜିଲ୍ଲା ପରିକ୍ରମା

ଏଆଇସିସି ସଂପାଦକ ଓ ପିସିସି କାର୍ଯ୍ୟକାରୀ ସଭାପତିଙ୍କ ମାଲକାନଗିରି ଜିଲ୍ଲାଗସ୍ତ

ମାଲକାନଗିରି,୧୩ ।୫(ଓଡିଆ ପୁଅ )  ଓଡିଶା ରାଜ୍ୟରେ ଦୀର୍ଘ ବର୍ଷ ଧରି ନବିନପଟନାୟକ ଙ୍କ ବିଜେଡି ସରକାର ଜୋରଜବରଦସ୍ତ ଆର୍ଥିକ ବଳରେ ଶାସନ ଚଲାଇଛନ୍ତି,ଖୁବଶିଘ୍ର ଏହି ସରକାରଙ୍କ ଭ୍ରଷ୍ଟାଚାର ଶାସନକୁ ଉପଯୁକ୍ତ ଜବାବଦେବେ ଜନତା,ଆଗାମିଦିନରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାରଙ୍କ ଶାସନ କୁ ସ୍ୱାଗତ ଜଣାଇ ଭୋଟର ମାନେ ଆମ ହାତମୁଠାକୁ ଟାଣ କରିବା ପାଇଁ ଆଗେଇ ଆସିଲେଣି ବୋଲି ମାଲକାନଗିରି ଜିଲ୍ଲାଗସ୍ତରେ ଆସିଥିବା ଏଆଇସିସି ସଂପାଦକ ଅନିଲ ଚୌଧୁରୀ କହିଛନ୍ତି ।  ଆଜି  ଅଖିଳଭାରତୀୟ କଂଗ୍ରେସ କମଟି ସଂପାଦକ ଅନିଲ ଚୌଧୁରୀ,ପ୍ରଦେଶ କଂଗ୍ରେସ କମଟି କାର୍ଯ୍ୟକାରୀ ସଭାପତି ତଥା ପୁବ ର୍ତନ ସଂସାଦ ପ୍ରଦୀପମାଝୀ ମାଲକାନଗିରି ଜିଲ୍ଲାଗସ୍ତ ରେ ଆସି କଂଗ୍ରେସ ଭବନରେ କଂଗ୍ରେସ ଜିଲ୍ଲାସଭାପତି ଗୋବିନ୍ଦପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭା ଓ କର୍ମୀସମ୍ମିଳନୀରେ ଯୋଗଦେଇ ଜିଲ୍ଲା ତଥା ରାଜ୍ୟରେ ଆସନ୍ତା ନିର୍ବାଚନରେ ବିପୁଳ ସଂଖ୍ୟାରେ କଂଗ୍ରେସ ଦଳ ଯେପରି ବୀଜୟ ହାସଲ କରିବା ଓ ଦଳିଅ ସାଙ୍ଗଠାନିକ ବିଷୟ ନେଇ ଆଲୋଚନା କରିଥିଲେ । ସକାଳେ  ଜିଲ୍ଲାର ପ୍ରେବସ ଦ୍ୱାର ଗୋବିନ୍ଦପାଲିଠାରୁ ଅଖିଳଭାରତୀୟ କଂଗ୍ରେସ କମଟି ସଂପାଦକ ଅନିଲ ଚୌଧୁରୀ,ପ୍ରଦେଶ କଂଗ୍ରେସ କମଟି କାର୍ଯ୍ୟକାରୀ ସଭାପତି ତଥା ପୁବ ର୍ତନ ସଂସାଦ ପ୍ରଦୀପମାଝୀ ଙ୍କୁ ଏକ ବିରାଟ ମଟରସାଇକେଲ ସୋଭା ଯାତ୍ରାରେ ଦୀର୍ଘ୫୫କିମି ଦୂର ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଆୟୋଜିତ  ସଭାସ୍ଥଳକୁ କର୍ମୀ ମାନେ ପାଛୋଟିନେଇଥିଲେ । ଏହି ସୋଭା ଯାତ୍ରା ଓ କର୍ମୀ ସମ୍ମିଳନୀରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର  ପୁବ ର୍ତନ ବିଧାୟକ ନିମାଇଚନ୍ଦ୍ର ସରକାର,ଜିଲ୍ଲାକଂଗ୍ରେସ ଦଳର ସଭାପତି ଗୋବିନ୍ଦପାତ୍ର, ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି,ମହିଳା କଂଗ୍ରେସ ସଭାନେତ୍ରୀ କମଳାବରାଳ,ଜି.ଶ୍ରୀନାବିସ ରାଓ(ଚିଟିବାବୁ)ପେଣ୍ଡ୍ରାପଣ୍ଡା, ସରୋଜପାତ୍ର,ଯୁବକଂଗ୍ରେସ ସଭାପତି ଚିତପଟନାୟକ,ବ୍ଲକଅଧ୍ୟକ୍ଷା କୁମୁଦୁନି କ୍ରୀସାନୀ,ପର୍ଶୁରାମଭକ୍ତ,ମୋହନଲାଲଛତ୍ରୀ,ସରପଚଂ ଭିମାବାରସା, ପ୍ରମୁଖ  କଂଗ୍ରେସ ନେତା ଓ ଶତାଧିକ କର୍ମୀ ମାନେ ଯୋଗଦେଇ ଥିଲେ ।

ସନ୍ଧ୍ୟାରେ ସ୍ଥାନୀୟ ସର୍କିଟହାଉସ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀେରେ ଏଆଇସିସି ସଂପାଦକ ଶ୍ରୀ ଚୌଧୁରୀ ଓ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ କରାଯାଉଛି ବୋଲି ଡିଣ୍ଡିମପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳର ଜଣେ ଆଦିବାସୀ  ନାବାଳିକା କୁ ଚାକିରି ଦେବା ନାମରେ ବେଙ୍ଗୁଲୁର ରୁ ବାଙ୍ଗଲାଦେଶକୁ ପଠାଇଦିଆ ଯାଇଥିଲେବି ତାକୁ ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ଉଦ୍ଧାର କରିବାର ବ୍ୟବସ୍ଥା କରୁ ନାହାଁନ୍ତି,ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଗରିବ ଆଦିବାସୀ ହରିଜନ ପିଲା ଜାତିଗତ ପ୍ରମାଣପତ୍ର ପାଇନଥିବାରୁ ଶିକ୍ଷାଦନରୁ ବଚିଂତ ହୋଇଛନ୍ତି । ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ,ରାସ୍ତାଘାଟ,ଗରିବ ଲୋକଙ୍କୁ ଭତା ଯୋଗାଇବାରେ ସରକାର ବିଫଳହୋଇଛି ,ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସୋମବାରଦିନ ମାଲକାନଗିରି ଠାରୁ ଦୀର୍ଘ ୬୦କିମି ଦୂର ଏମଭି୭୯ ପର୍ଯ୍ୟନ୍ତ ଏକ ବିରାଟ ମଟର ସାଇକେଲ ସୋଭା ଯାତ୍ରା ବାହାରି ଜିଲ୍ଲାପରିକ୍ରମା କରି ସେଠାରେ ଏକ ସାଧରଣ ସଭାରେ ଏଆଇସିସି ସଂପାଦକ ଉଦବୋଧନ ଦେବେ ବୋଲି ଶ୍ରୀ ମାଝୀ ସୁଚନାଦେଇଛନ୍ତି ।  ଓଡିଶା ରାଜ୍ୟରେ ଦୀର୍ଘ ବର୍ଷ ଧରି ନବିନପଟନାୟକ ଙ୍କ ବିଜେଡି ସରକାର ଜୋରଜବରଦସ୍ତ ଆର୍ଥିକ ବଳରେ ଚଲାଇଛନ୍ତି,ଖୁବଶିଘ୍ର ଏହି ସରକାରଙ୍କ ଭ୍ରଷ୍ଟାଚାର ଶାସନକୁ ଉପଯୁକ୍ତ ଜବାବଦେବେ ଜନତା,ଆଗାମିଦିନରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାରଙ୍କ ଶାସନ କୁ ସ୍ୱାଗତ ଜଣାଇ ଭୋଟର ମାନେ ଆମ ହାତମୁଠାକୁ ଟାଣ କରିବା ପାଇଁ ଆଗେଇ ଆସିଲେଣି ବୋଲି ଏଆଇସିସି ସଂପାଦକ ଅନିଲ ଚୌଧୁରୀ କହିଛନ୍ତି । ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସସରକାରଙ୍କ ଶୋଚନିୟ ପରାଜୟ କାହିଁକି ହେଲା, ବିଶେଷ କରି ଗତ ପଚାଂୟତ ଓ ପୌରପରିଷଦ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ମଧ୍ୟପରାଜୟ ହୋଇଛି ବୋଲି ସାମ୍ବାଦିକ ମାନେ ପ୍ରଶ୍ନକରିବାରୁ ଏହା କଂଗ୍ରେସ ଦଳପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସେଥିପାଇଁ ରାଜ୍ୟ ଓ କେନ୍ଦ୍ରର ନେତା ସାଙ୍ଗଠନିକ କର୍ମକର୍ତାମାନେ ହିଁ ଦାୟୀ ,କିଛି ଭୁଲ ବୁଝାମଣା ପାଇଁ ଭୋଟର ମାନେ ଆମଦଳକୁ ଅଣଦେଖା କରିଛନ୍ତି । ଆଉ ସେପରି ହେବନାହିଁ କେନ୍ଦ୍ର ଓ ରାଜ୍ୟଗୁଡିକରେ ନୁତନ ଭାବେ ସାଙ୍ଗଠନିକ କର୍ମକର୍ତା ଚୟନକରା ଯାଇ ପୁରୁଣା ଓ ନୁଆ କର୍ମୀ ନେତାଙ୍କୁ ନେଇ ଏବେ କଂଗ୍ରେସ ଦଳ ଆଗେଇଯାଇ ଭୋଟର ମାନଙ୍କ ନିକଟତର ହୋଇଛି ଓ ସେମାନଙ୍କ ସୁଖଦୁଃଖରେ ସାଥୀ ହୋଇ ସେବାକରିବ ବୋଲି ଏଆଇସିସି ସଂପାଦକ ଶ୍ରୀ ଚୌଧୁରୀ ଉତରଦେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top