ଓଡ଼ିଶା

ଏଆଇସିସି ଯୁବ ଉପସଭାପତିଙ୍କ ମାଲକାନଗିରି ଗସ୍ତ, କଂଗ୍ରେସଦଳର ଅସ୍ଥାୟୀ ବିଦ୍ୟାଳୟ ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୧୮ ତାରିଖରେ ଚିତ୍ରକୋଣ୍ଡା ବନ୍ଦ ଡାକରା

ମାଲକାନଗିରି, ୧୨ା୭(ଓଡିଆ ପୁଅ) ସର୍ବ ଭାରତୀୟ ଯୁବ କଂଗ୍ରେସ ଉପ ସଭାପତି ଭି.ଶ୍ରୀନିବାସ ଓ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ପାଢୀ ଆଜି ମାଲକାନଗିରି ଗସ୍ତକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳର ପକ୍ଷରୁ ଗତ ତିନି ଦିନ ଧରି ଚାଲିଥିବା ଅସ୍ଥାୟୀ ବିଦ୍ୟାଳୟ ଓ କଂଗ୍ରେସ କର୍ମୀଙ୍କ ଧାରଣା ସ୍ଥଳ ପରିଦର୍ଶନ କରିଥିଲେ। ସରକାରି ଶିକ୍ଷାଦାନରୁ ବଞ୍ଚିତ ହୋଇ ଅସ୍ଥାୟୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶତାଧିକ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଜିଲ୍ଲା କଂଗ୍ରେସ ଦଳର ୫ ଦଫା ଦାବି ପୂରଣ କରିବା ଓ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ହରିଜନ ଗରିବ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବିଭିନ୍ନ ବିଦ୍ୟାଳୟରେ ଦାଖଲ କରାନଗଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବିଦ୍ୟାଳୟ ଗୁଡିକରୁ ବିତାଡିତ ଦୁଇହଜାର ଛାତ୍ର ଛାତ୍ରୀ ଓ ସେମାନଙ୍କ ପରିବାର ମୁହଁରେ କଳାପଟି ବାନ୍ଧି ଚିତ୍ରକୋଣ୍ଡା ବନ୍ଦ କରିବେ ଓ ଦାବି ପୂରଣ ନହେଲେ ପରବର୍ତି ସମୟରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରି ସଭାପତି ତଥା ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ଗତ ୧୦ ତାରିଖ ଠାରୁ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ ମାରି ଅସ୍ଥାୟୀ ବିଦ୍ୟାଳୟ ଖୋଲା ଯାଇ ସେଥିରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ସାଂସଦ ଓ ଅବସରପ୍ରାପ୍ତ ଶିକ୍ଷକ ମାନେ ଶିକ୍ଷାଦାନ ଦେଉଥିଲେ। ରଥ ଯାତ୍ରା ପାଇଁ ଆଜି ଠାରୁ ଏହି ଅସ୍ଥାୟୀ ବିଦ୍ୟାଳୟକୁ ସ୍ଥଗିତ ରଖାଯାଇଛି। ଏହି ଅସ୍ଥାୟୀ ବିଦ୍ୟାଳୟରେ ଶିକ୍ଷାଦାନ ଦେଉଥିବା ଅବସରପ୍ରାପ୍ତ ଶିକ୍ଷକ ସୀମା ପାଣିଗ୍ରାହୀ, ଚିରଜିଂବ ମହାପାତ୍ର, ସିମା ପାଣ୍ଡାଙ୍କୁ ଏଆଇସିସି ଯୁବ ଉପସଭାପତି ଉପଢୌକନ ଓ ଛତା ଦେଇ ସମ୍ମାନୀତ କରିଥିଲେ। ନୀରିହ ଦୁଇହଜାର ପିଲାଙ୍କୁ ଶିକ୍ଷାଦାନରୁ ବଚିଂତ କରିଥିବା ରାଜ୍ୟର ବିଜେଡି ସରକାରଙ୍କୁ ସମାଲୋଚନା କରି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ଏହି ଆନ୍ଦୋଳନରେ ସର୍ବଭାରତୀୟ ଯୁବ କଂଗ୍ରେସ ଦଳ ସହଯୋଗକରି ଆସନ୍ତା ୧୮ ତାରିଖରେ ଚିତ୍ରକୋଣ୍ଡା ବନ୍ଦ ଡାକରାରେ ସାମିଲ ହେବ ବୋଲି ଉପସଭାପତି ଶ୍ରୀ ଶ୍ରୀନିବାସ ସମ୍ବାଦିକ ସମ୍ମିଳନୀରେ କହିଥିଲେ। ଜାତିଗତ ପ୍ରମାଣପତ୍ର ଅଭାବରୁ ବିଭିନ୍ନ ବିଦ୍ୟାଳୟରୁ ଜିଲ୍ଲାର ବିଭିନ୍ନ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ହରିଜନ ଓ ଗରିବ ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡି ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି।

ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମାନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢି ଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ର ଛାତ୍ରୀ ନୁହଁନ୍ତି, ସାଧାରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ, ଚାକିରି ଯୋଗାଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଚଂଳରୁ ଜଣେ ଆଦିବାସୀ ବାଳିକାକୁ ସିଲାଇ ତାଲିମ ଦେଇ ବେଙ୍ଗାଲୁରରେ ଚାକିରି ଦେବା ନାମରେ ନେଇ ବାଙ୍ଗଲାଦେଶରେ ବିକ୍ରୀ କରିଦିଆଯାଇଛି, ତାକୁ ତୁରନ୍ତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ, ଠିକ ସେହିପରି ପାଠପଡିବା ନାମରେ ଜଣେ ବଣ୍ଡାବାଳକ ରାମଚନ୍ଦ୍ରମାନ୍ଦ୍ରା ଭୁବନେଶ୍ୱର ର ଏକ ଶିକ୍ଷାସଂସ୍ଥାରୁ ନିଖୋଜ ହେବା, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲଜମିପଟା ଦେବା, ସହର ଓ ବସ୍ତିଅଚଂଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ଦାବିନେଇ କଂଗ୍ରେସ ଦଳ ଆନ୍ଦୋଳନ ପରେ ମଧ୍ୟ ରାଜ୍ୟସରକାର କି ଜିଲ୍ଲାପ୍ରଶାସନ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଇ ନଥିବାରୁ ବାଧ୍ୟହୋଇ କଂଗ୍ରେସଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ମାଲକାନଗିରି ଗସ୍ତକୁ ଦୃଢ ବିରୋଧକରା ଯିବାସହିତ ଗତ ୧୦ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଆନ୍ଦୋଳନ କରାଯାଇ ପାଠପଢାରୁ ବଚିଂତ ହୋଇଥିବା ପିଲାଙ୍କୁ ନେଇ ଅସ୍ଥାୟୀ ବିଦ୍ୟାଳୟରେ ଏହି ପିଲାମାନଙ୍କୁ ପାଠପଢ଼ା ଚାଲିଥିଲା। ଆଜି ଏଆଇସିସି ଯୁବ ଉପସଭାପତି, ସପାଂଦକ ଓ ଅନ୍ୟାନ କର୍ମକର୍ତା ଙ୍କ ଗସ୍ତପରେ ଏହି ଗଣଧାରଣା ଓ ଅସ୍ଥାୟୀ ବିଦ୍ୟାଳୟ କୁ ସ୍ଥଗିତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ ଜିଲ୍ଲାକଂଗ୍ରେସ ସଂପାଦକ ସନ୍ତୋଷ କୁରକୁଣ୍ଡା, ଛିତିଶଗଡ ଯୁବକଂଗ୍ରେସ ସଂପାଦକ ଆବ୍ରାହମ ରାଓମନି, ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାପରିଷଦ ଅଧ୍ୟକ୍ଷ କବାସି ହରିସ, ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳର ସଭାପତି ଗୋବିନ୍ଦପାତ୍ର, କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରାସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ଯୁବକଂଗ୍ରେସ ନେତା ରବି ରାଜେଶ.ପର୍ଶୁରାମଭକ୍ତ, ଲକ୍ଷ୍ମିପାଙ୍ଗି, ପେଣ୍ଡ୍ରାପଣ୍ଡା, ଯୁବକଂଗ୍ରେସ ସଭାପତି ଚିତପଟନାୟକ, ଜି.ଶ୍ରୀନିବାସ ରାଓ, କେସୁରାଓ, ପଦ୍ମପାଙ୍ଗି, ମହିଳାକଂଗ୍ରେସ ସଭାନେତ୍ରୀ କମଳାବରାଳ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top