ଜିଲ୍ଲା ପରିକ୍ରମା

ଏଆଇଡିଏସ୍ଓ ଭଦ୍ରକ ସିଟି କମିଟି ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଅଲ୍ ଇଣ୍ଡିଆ ଡିଏସ୍ଓ ଭଦ୍ରକ ସିଟି କମିଟି ପକ୍ଷରୁ ଆଜି ବ୍ଲକ୍ଗ୍ରାଣ୍ଟ ବ୍ୟବସ୍ଥାର ଉଚ୍ଛେଦ ଓ ପ୍ରଥମ ଶ୍ରେଣୀରୁ ପାସ୍ ଫେଲ ବ୍ୟବସ୍ଥାର ପୁନଃ ପ୍ରଚଳନ ଦାବିକୁ ନେଇ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ପ୍ରାରମ୍ଭରେ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିକ୍ଷୋଭ ସ୍ଥଳରେ ପହଞ୍ଚôବା ପରେ ସେଠାରେ ପୂର୍ବରୁ ଗଣଧାରଣାରେ ବସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏହାପରେ ଉକ୍ତ ଆନେ୍ଦାଳନ ସ୍ଥଳରେ ଅଲ୍ ଇଣ୍ଡିଆ ଡିଏସ୍ଓର ରାଜ୍ୟ ଉପସଭାପତି ସିଦ୍ଦାର୍ଥ ରଥ ଓ ଆଜମଲ ହୋସେନ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସମଗ୍ର ଓଡ଼ିଶା ଧିକାର ଦିବସରେ ଅଂଶଗ୍ରହଣ କରିଥିବା ଛାତ୍ରମାନେ ସହର ପରିକ୍ରମା କରି ବନ୍ତଛକଠାରେ ସଭା ଶେଷ କରିଥିଲେ । ଏହି ସଭାରେ ଡିଏସ୍ଓ ଭଦ୍ରକ ସିଟି କମିଟିର ସଭାପତି ଗୋବିନ୍ଦ ମଲ୍ଲିକ, ମଣ୍ଟୁଚନ୍ଦ୍ର ମଲ୍ଲିକ ଓ ପ୍ରଦୀପ ସୂତାର ପ୍ରମୁଖ ନେତୃତ୍ୱ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top