ଏଆଇଏସ୍ଏଫ ଓ ଏଆଇୱାଇଏଫ ପକ୍ଷରୁ ‘ଦେଶ ବଞ୍ଚାଅ, ଦେଶ ବଦଳାଅ’ ଶପଥ ଦିବସ ପାଳିତ

ଭୁବନେଶ୍ୱର, ୧୨/୯– (ଓଡ଼ିଆ ପୁଅ) ଆଜି ଅଖିଳ ଭାରତ ଛାତ୍ର ସଂଘ, ଯୁବସଂଘ ତରଫରୁ “ଦେଶ ବଞ୍ଚାଅ, ଦେଶ ବଦଳାଅ” ଲଙ୍ଗମାର୍ଚ୍ଚ କାର୍ଯ୍ୟକ୍ରମର ଉଦ୍ୟାପନୀ ଦିବସରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ବିଭିନ୍ନ ଦାବି ନେଇ ଏକ ପ୍ଲାକାର୍ଡ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା, ଧର୍ମନିରପେକ୍ଷତା, ବ୍ୟକ୍ତି ସ୍ୱାଧୀନତା  ଓ ସମ୍ବିଧାନର ସୁରକ୍ଷା, ସମସ୍ତଙ୍କ ପାଇଁ ସମାନ ମାଗଣା ଓ ବିଜ୍ଞାନ ସମ୍ମତ ଶିକ୍ଷା ଯୋଗାଇଦେବା, ନିର୍ବାଚନ ସଂସ୍କାର, ଦଳିତ ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଯୋଗାଇଦେବା, ବେକାର ଯୁବକଙ୍କୁ ନିଯୁକ୍ତି ପାଇଁ ଭଗତସିଂହ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ ପାଇଁ ଜୁଲାଇ ୧୫ରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ବାହାରିଥିବା ଦେଶ ବଞ୍ଚାଅ, ଦେଶ ବଦଳାଅ ଲଙ୍ଗମାର୍ଚ୍ଚ ବିିଭିନ୍ନ ରାଜ୍ୟ ପରିକ୍ରମା କରି ଶହୀଦ ଭଗତ୍ ସିଂହଙ୍କ ଜନ୍ମଭୂମି ପଞ୍ଜାବର ହୁସେନିୱାଲାଠାରେ ପହଞ୍ଚିବା ପରେ ସାରା ଦେଶରେ ଆଜି ଶପଥ ଦିବସ ପାଳିତ ହେଉଅଛି। ଭାରତର ସମ୍ବିଧାନ, ସାର୍ବଭୌମତ୍ୱ, ଧର୍ମ ନିରପେକ୍ଷତା, ଅଖଣ୍ଡତା ପ୍ରତି ହିନ୍ଦୁତ୍ୱବାଦୀ ଆରଏସଏସ ଓ ବିଜେପି ପକ୍ଷରୁ ଯେଉଁ ବିପଦ ଦେଖାଦେଇଛି, ତାହାର ପ୍ରତିକାର ପାଇଁ ଏଆଇଏସଏଫ, ଏଆଇୱାଇଏଫ ଶପଥ ନେଇଛି। କୌଣସି ପରିସ୍ଥିତିରେ ଦେଶର ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା, ଅଖଣ୍ଡତା, ସମ୍ବିଧାନର ସୁରକ୍ଷା ଆମର ପରମ କର୍ତ୍ତବ୍ୟ।

ଆଜି ଏହି କାର୍ଯ୍ୟକ୍ରମକୁ ଯୁବ ସଂଘ ଖୋର୍ଦ୍ଧାଜିଲ୍ଲା ସମ୍ପାଦକ ଗୋହିଗୋବିନ୍ଦ ବେଶ୍ରା, ଯୁବସଂଘ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନାରାୟଣ ଡାଳୁଆ, ସୁରେଶ ବିଶ୍ୱାଳ, ସ୍ୱାତୀ ମିଶ୍ର, ଲିଙ୍ଗରାଜ ସାହୁ, ରାକେଶ ପାତ୍ର, ଅରୁଣ ପରିଡ଼ା, ଛାତ୍ରସଂଘ ନେତ୍ରୀ ସଂଘମିତ୍ରା ଜେନା, ପବିତ୍ର ସ୍ୱାଇଁ, ବିଶ୍ୱଜିତ୍ ନାୟକ, ବିପ୍ଳବ ବେହେରା, ଚନ୍ଦନ ସାହୁ, ଶିତଳ ପଟ୍ଟନାୟକ, କବିତା ବେହେରା, ମିର୍ଜା ତୋହିଡ଼ ବେଗ୍ ଓ ପ୍ରମୁଖ ନେତୃତ୍ୱ ନେଇଥିଲାବେଳେ ଏଥିରେ ଶତାଧିକ ଛାତ୍ର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *