ଓଡ଼ିଶା

ଋଷ ସହ ଦୀର୍ଘକାଳୀନ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ଦାହେଜରେ ପହଂଚିଲା ଚା ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର, ୦୪ ଜୁନ (ଓଡ଼ିଆ ପୁଅ)- ଋଷର ଗେଜପ୍ରାମ ମାର୍କେଟିଂ ଏଣ୍ଡ ଟ୍ରେଡିଂ ସିଙ୍ଗାପୁର (ଜିଏମଟିଏସ) ତଥା ଗେଲ ମଧ୍ୟରେ ଦୀର୍ଘକାଳୀନ ଅବଧି ପାଇଁ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ସୋମବାର ଦିନ ଗୁଜରାତର ଦାହେଜରେ ପେଟ୍ରାନେଟ ଏଲଏନଜି ଲିମିଟେଡ (ପିଏଲଏଲଏଲ)ର ଏଲଏନଜି ଟର୍ମିନାଲରେ ପହଂଚିଛି।

ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଗୋକୁ ସ୍ୱାଗତ କରିଛନ୍ତି। ନୂଆ ଦିଲ୍ଲୀର ଋଷର ବାଣିଜ୍ୟ କମିଶନର ଓ ଗେଜପ୍ରମର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷରୁ ଏଲଏନଜି ଆମଦାନୀ ଆରମ୍ଭ କରିବା ଦ୍ୱାରା ଭାରତ- ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବିଶେଷ ଭାବେ ତୈଳ ଓ ଗ୍ୟାସ କ୍ଷେତ୍ରରେ ନୂଆ ଆୟାମ ଯୋଡି ହେଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଜୋର ଦେଇଥିଲେ। ଏହା ଆଜି ଏକ ସାକାର ରୂପ ନେଇଛି।

ଉଲ୍ଲେଖନୀୟଯେ, ବର୍ତ୍ତମାନ ଋଷ ବିଶ୍ୱର ସବୁଠାରୁ ବଡ ଅଶୋଧିତ ତୈଳ ଓ ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ଗ୍ୟାସ ଉତ୍ପାଦକ ଦେଶ। ସେହିପରି ଭାରତ ବିଶ୍ୱର ତୃତୀୟ ସବୁଠାରୁ ବଡ ଶକ୍ତି ଉତ୍ପାଦକ ଓ ଏଲଏନଜିର ଚତୁର୍ଥ ବଡ ଆମଦାନୀ କରୁଥିବା ଦେଶ। ଆଗାମୀ ଦିନରେ ଭାରତର ହାଇଡ୍ରୋକାର୍ବନ କ୍ଷେତ୍ରରେ ଚାହିଦାକୁ ପୂରଣ କରିବା ପାଇଁ ଋଷ ଏକ ରପ୍ତାନୀକାରୀ ଦେଶ ହେବାର କ୍ଷମତା ରଖିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top