ଋକ୍ତ ଗୋଳାପ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ ଅଭିଯାନ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ଗ୍ରାମରେ ଥିବା ରକ୍ତ ଗୋଳାପ ଯୁବକ ସଂଘ ଓ ଜାତୀୟ ଯୁବ ସ୍ୱେଛାସେବିନୀ ଶକ୍ତିମୟୀ ମାଝୀ ଙ୍କ ନେତୃତ୍ୱରେ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଂଘ ପକ୍ଷରୁ ଗ୍ରାମରେ ଥିବା ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ ପରିସରରେ ଥିବା ଆଲିଆ ଆବର୍ଜନା କୁ ସଫା କରାଯାଇଥିଲା। ଗ୍ରାମରେ ସ୍ୱଛତା କିପରି ବଜାୟ ରହିବ ତା ଉପରେ ସଚେତନତା ର୍ୟାଲି ଯୁବକ ସଂଘ କର୍ମକର୍ତ୍ତା ଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ରକ୍ତ ଗୋଲାପ ଯୁବକ ସଂଘର ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଅକ୍ଷୟ କୁମାର ମାଝୀ, ସଭ୍ୟ ନିଶିକାନ୍ତ ବିଶି, ରାଜକପୁର ବାରିକ, ଦିପ୍ତୀମୟୀ ମାଝୀ, ହାଇସ୍କୁଲ ଓ ଏମ.ଇ ସ୍କୁଲ ର ଛାତ୍ରଛାତ୍ରୀ ସମେତ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଯୁବକ ସଂଘ ତରଫରୁ ଆହୁରୀ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ରକ୍ତଗୋଳାପ ଯୁବକ ସଂଘର ସଭାପତି ସନ୍ତୋଷ କୁମାର ବିଶି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *