ଉତ୍ସର୍ଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ମାଗଣା ପରିବହନ ସେବା ଯୋଗାଇବାର ଶୁଭାରମ୍ଭ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଜିଲ୍ଲାରେ ଉତ୍ସର୍ଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ମାଗଣା ପରିବହନ ସେବା ଯୋଗାଇଦେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଟେରୀ ଚାଳିତ (ପର୍ଯ୍ୟାବରଣ ସୁରକ୍ଷା) ଯାନକୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଜ୍ଞାନଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ ଏବଂ ଏହି ମହତ କାର୍ଯ୍ୟପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଯାନ ଆରଡ଼ି ଛକରୁ ଚରମ୍ପା ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ମାଗଣା ପରିବହନ ସେବା ଯୋଗାଇ ଦେବ। ଭବିଷ୍ୟତରେ ଆଉ ତିନୋଟି ଯାନର ବ୍ୟବସ୍ଥା କରାଯିବ ବୋଲି ଉତ୍ସର୍ଗ ସ୍ୱୋଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ସୁଚାର ବଳ, ଡ଼େପୁଟୀ କଲେକ୍ଟର ଜରୁକାଳୀନ ରାଜେନ୍ଦ୍ର ପଣ୍ଡା, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ଉତ୍ସର୍ଗ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା,  ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *