ଅନୁଗୁଳ

ଉସଶୀଙ୍କୁ ନ୍ୟାୟ ପ୍ରଦାନ ଦାବୀ ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଡିଆଇଜିଙ୍କୁ ଦାବୀପତ୍ର

ତାଳଚେର,୨୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଆ ସିନେ ଅଭିନେତ୍ରୀ ତଥା ଯାତ୍ରା ଜଗତର ଲୋକପି୍ରୟ କଳାକାର ଉସଶୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଗୁରୁବାର ଦିନ ତାଳଚେରର ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଉତର କେନ୍ଦ୍ରାଚଂଳ ରେଞ୍ଜ ଡିଆଇଜି ନରସିଂହ ଭୋଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଙ୍ଗଠନର ସଭାପତି ସ୍ୱାଧୀନ କୁମାର ଥମ୍ବଙ୍କ ନେତୃତ୍ୱରେ ଏକ ୧୦ଜଣିଆ ପ୍ରତିନିଧି ଦଳ ଡିଆଇଜିଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ଡେରେଙ୍ଗ ଅଂଚଳର ଇନ୍ଦ୍ରମଣି ସାହୁ ନାମକ ବ୍ୟକ୍ତି ଏବଂ ତାଙ୍କ ପୁଅ ଗତ ରବିବାର ରାତିରେ ଡେରେଙ୍ଗ ଅଂଚଳରେ ଅନୁଷ୍ଠିତ ହୋଇଥିବା ଯାତ୍ରା ପରିବେଷଣ ସମୟରେ ଅଭିନେତ୍ରୀ ଉସଶୀ ମିଶ୍ରଙ୍କୁ ରାସ୍ତାରେ ଟଣାଓଟରା କରି ମାଡ ମାରିବାସହ ଅସଦାଚରଣ କରିଛନ୍ତି । ଏହି ଘଟଣା ପରେ ଉସଶୀ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିବା ଘଟଣାର ୩ଦିନରୁ ଉଦ୍ଧ୍ୱର୍ ସମୟ ବିତିଯାଇଛି । ତଥାପି ମୂଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ । ପ୍ରକୃତପକ୍ଷେ ଇନ୍ଦ୍ରମଣି ଜନୈକ ସାଂସଦଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବାରୁ ତଥା ଶାସକ ଗୋଷ୍ଠୀର ଛାମୁଅାଁ ନେତା ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଜେଏସଏସ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରି ଲଜ୍ଜାକର ଘଟଣା ଯୋଗୁଁ ତାଳଚେରର ନାମ ମଧ୍ୟ ବଦନାମ୍ ହୋଇଛି । ଶାସକ ଦଳର ଏହି ଏହି ବ୍ୟକ୍ତି ବିଗତ ଦିନରେ ମଧ୍ୟ ବହୁ ଅପରାଧ କରିଛନ୍ତି ବୋଲି ନଜିର ରହିଥିବାର ମଧ୍ୟ ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ମାନ୍ୟବର ମୂଖ୍ୟମନ୍ତ୍ରୀ ଏବଂ ବିଜେଡିର ଅନ୍ୟାନ୍ୟ ନେତା ଦଳ ମା’ଙ୍କୁ ସମ୍ମାନ ଓ ନାରୀଙ୍କୁ ସମ୍ମାନ ଦେଉଛି ବୋଲି ଢିଣ୍ଡିମା ପିଟୁଥିବା ବେଳେ ଏହି ପ୍ରସଙ୍ଗରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଜେଏସଏସ ପ୍ରଶ୍ନ କରିଛି । ଜଣେ ନାରୀଙ୍କୁ ବିଚ୍ ରାସ୍ତାରେ ଚୁଟି ଧରି ମାଡ଼ପିଟ୍ କରିଛନ୍ତି ତାଙ୍କୁ ଯଥା ଶୀଘ୍ର ଗିରଫ କରିବାସହ ଉଚିତ୍ ଦଣ୍ଡ ଦେଇ ଉସଶୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ସଙ୍ଗଠନ ପକ୍ଷରୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଆବାହକ ଯଯାତି ପଟ୍ଟନାୟକ,ଆଇନ୍ ଉପଦେଷ୍ଟା ଦୟା ସାଗର ମିଶ୍ର,କୋଷାଧ୍ୟକ୍ଷ ଯତିନ କୁମାର ମହାନ୍ତି,ବାପୁନ୍ ବେହେରା,ପବନ କୁମାର ଧୁଷିଆ,ରଞ୍ଜି ବେହେରା,ଦାନିସ୍ ଖାନ୍,ସରୋଜ କୁମାର,ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top