ଉର୍ବି ଲେଡିଜ୍ କ୍ଳବ ପାଳନକଲା୭୨ତମ ସ୍ୱାଧୀନତା ଦିବସ

(ଅନାଥ ପିଲାଙ୍କୁ ବାଟିଂଲେ ବିସ୍କୁଟ ଫଳ)
କେନ୍ଦୁଝର, ୧୬.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହରର ମାଇନିଂରୋଡ ନିଉକଲୋନୀ ସ୍ଥିତ ପୁରାତନ ଲେଡିଜ କ୍ଳକ ଉର୍ବି, ପକ୍ଷରୁ ଉତ୍ସାହ ଉଦ୍ଦିପନା ସହ ୭୨ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ, ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅବସପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭାରତୀ ବେହେରା ପତାକା ଉତୋଳନ କରିଥିଲେ । ଡାକ୍ତର ବେହେରା ତାଙ୍କ ଅଭିଭାଷଣରେ ମହିଳା ସଶକ୍ତି କରଣ ଉପରେ ଆଲୋକପାତ କରିବା ସହ ମହିଳାମାନଙ୍କର ସ୍ୱବାଲମ୍ବୀ ହେବା ଆବଶ୍ୟକତା ଦିଗରେ ପରାମର୍ଶ ଦେଇଥିଲେ । କାଉନସିଲର ପରେଶ ବାହାଦୂର ସିଂ, ଲମ୍ବୋଧର କର ପ୍ରମୁଖ ଉପସ୍ଥିତ ରହି କ୍ଳବ ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଲୁଲତା ପାଣିଗ୍ରାହୀ , ଲିଳା ପଣ୍ଡା , ଛନ୍ଦା ପଟ୍ଟନାୟକ, ସଂଯୁକ୍ତା(ସଂଯୁକ୍ତା)ନାଥ, ରୋଶନା ପଣ୍ଡା , ଶୁଶୀଳା ପାଣିଗ୍ରାହୀ , ମାନୀ ପଣ୍ଡା , ପ୍ରଭା ବେହେରା,ମାନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ଳବ ପକ୍ଷ ସମସ୍ତଙ୍କୁ ଟିଫିନ ବଣ୍ଟନ କରାଯାଇଥିଲା । ପରେ ପରେ କ୍ଳବର ସଦସ୍ୟା ମାନେ ଗୋବିନ୍ଦପୁର ସ୍ଥିତ ଆଦୃତ, ଅନୁଷ୍ଠାନକୁ ଯାଇ ଅନାଥ ଶିଶୁମାନଙ୍କୁ ବିସ୍କୁଟ ଫଳ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *