ଉମାକାନ୍ତ ରାଉଳଙ୍କ ସ୍ମୃତିସଭା, ସୁକର୍ମ ମଣିଷକୁ ଅମର କରିଥାଏ

ହାଟଡ଼ିହି, ୧୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡ଼ିହି ବ୍ଲକ ଧାନଘର ଗ୍ରାମର ବିଶିଷ୍ଟ ଚାଷୀ ତଥାେ ସମାଜସେବୀ ଉମାକାନ୍ତ ରାଉଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିସଭା ଓ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାଳବଣୀ କଲେଜର ଅଧ୍ୟାପକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ବଡବିଲ ପୌରାଧ୍ୟକ୍ଷ ଭାରତ ଗୌରବ ନିଲ୍ଲୀପ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଭକ୍ତଶେଖର ସା, ସମ୍ମାନୀତ ଅତିଥିଭାବେ ଆନନ୍ଦପୁର କଲେଜର ଅଧ୍ୟକ୍ଷ ରମାକାନ୍ତ ନାୟକ, ଢ଼େଙ୍କାନାଳ କଲେଜର ଅଧ୍ୟାପକ ରବିନ୍ଦ୍ର କୁମାର ନାୟକ, ବ୍ୟାଙ୍କ ପରିଚାଳକ ଲକ୍ଷ୍ମୀଧର ଦାସ, ପ୍ରତାପ କିଶୋର ଦାସ, ଶିଶୁ ସାହିତି୍ୟକ ରତ୍ନାକର ଦାସ ପ୍ରମୁଖ ଯୋଗଦେଇ ମଣିଷର ସୁକର୍ମ ହିଁ ତାକୁ ଅମର କରି ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଉମାକାନ୍ତ ।ଉଳ ଜଣେ ସଫଳ ଚାଷୀ ପରୋପକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ବାପା, ମାଙ୍କ ଅଧୁରାସ୍ୱପ୍ନକୁ ସାକାର କରି ତାଙ୍କ ନିତୀ ଆଦର୍ଶରେ ଚାଲିପାରିଲେ ଜଣେ ସଫଳ ପୁତ୍ର ଭାବେ ନିଜର ଜୀବନ ସାର୍ଥକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଉମାକାନ୍ତ ରାଉଳଙ୍କ ପ୍ରତିମୃତ୍ତି ଉନ୍ମୋଚନ କରାଯିବା ସହ ସ୍ମରଣୀକା “ସ୍ମୃତି ମହ୍ଲାର’କୁ ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ଦିଲ୍ଲୀପ ମିଶ୍ରଙ୍କୁ ଉମାକାନ୍ତ ରାଉଳ ସ୍ୱୃତିସମ୍ମାନ ୨୦୧୮ ପ୍ରଦାନ କରାଯାଇଥିବାବେଳେ କୃଷ୍ଣଚନ୍ଦ୍ର ଜେନା, ନାରାୟଣ ଜେନା, କିଶୋର ଆଚାର୍ଯ୍ୟ, ବାବାଜି ଖଣ୍ଡେଇ, ଭାଗବତ ବେହେରା, ପ୍ରତାପ ଦାସ, ନୃଷିହଂ ସେଠୀ, ସୁଦାମ ଖୁଣ୍ଟିଆ, ବାବାଜି ଖୁଣ୍ଟିଆ, ପୁର୍ଣ୍ଣଚନ୍ଦ୍ର ରଣସିଂ, ଭୀମସେନ ରାଉଳ, ବ୍ରହ୍ମାନନ୍ଦ ମହାନ୍ତି, ଶ୍ରୀଧର ମହାନ୍ତି, ବାଇଧର ସା, ପୁରସ୍ତମ ଓଝା, ବଳରାମ ସେନାପତି, ମନମୋହନ ନାୟକ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ରତ୍ନାକର ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବୈଲୋଚନ ରାଉଳ ଧନ୍ରବାଦ ଅର୍ପଣ କରିଥିଲେ । ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ସ୍ୱର୍ଗତ ଉମାକାନ୍ତଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ସରଳା ମହାପାତ୍ର, ଅଲେଖ ପାତ୍ର, ଅଚୁ୍ୟତାନନ୍ଦ ସା, ଗୌରାଙ୍ଗ ରଣା, ଅନାଦି ଚରଣ ବିଶ୍ୱାଳ, ସୁରେନ୍ଦ୍ର ପରିଡା, ବଟକୃଷ୍ଣ ସା, ବେଣୁଧର ନାୟକ, ବିଜୟ ସା, ପିତାମ୍ବର ସା, ରତିକାନ୍ତ ରଣସିଂ, ଦେବେନ୍ଦ୍ର ମହାପାତ୍ର, ଅଅଜୟ ସା, ଅଭୟ ସା, ଅକ୍ଷୟ ସା, ଗୌରାଙ୍ଗ ରାଉତ, ଜିତେନ୍ଦ୍ର ବେହେରା, କାଞ୍ଚନ ବେହେରା, କୃଷ୍ଣଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ରଣସିଂ, ଦିବ୍ୟ ରାଉଳଙ୍କ ସମେତ ଶତାଧିକ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଳେ ।

Leave a Reply

Your email address will not be published. Required fields are marked *