ଉମାକାନ୍ତ ରାଉଳଙ୍କ ସ୍ମୃତିସଭା ଓ ସ୍ମୃତି ସମ୍ମାନ ଉତ୍ସବ ଆସନ୍ତାକାଲି

ହାଟଡ଼ିହି, ୧୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡ଼ିହି ବ୍ଲକର ଧାନଘର ଗ୍ରାମର ଜଣେ ସଫଳ ଚାଷୀ ତଥା ସାନ ମହାଜନ ନାମରେ ପରିଚିତ ସ୍ୱର୍ଗତ ଉମାକାନ୍ତ ରାଉଳଙ୍କ ଶ୍ରଦ୍ଧବାର୍ଷିକ ଅବସରରେ ଆସନ୍ତା ୧୨ତାରିଖ ଦିନ ଏକ ସ୍ମୃତିସଭା ଓ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନାକର ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବୈଲୋଚନ ରାଉଳ, ରମେଶ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଅଚ୍ୟୁତାନନ୍ଦ ସା, ଅଲେଖ ପାତ୍ର, ଗଣେଶ ରାଉତ, ରଣଜିତ ସିଂ, ଜିତୁ ରାଉତ ପ୍ରମୁଖ ଯୋଗଦେଇ ସ୍ମୃତି ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ବଡବିଲର ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର, ଅଧ୍ୟାପକ ଭକ୍ତ ଶେଖର ସା, ଅଧ୍ୟାପକ ରବିନ୍ଦ୍ର ନାୟକ, ଆନନ୍ଦପୁର କଲେଜ ଅଧ୍ୟକ୍ଷ ରମାକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଏହି ଉତ୍ସବରେ ଏକ ସ୍ମରଣୀକା ଉନ୍ମୋଚନ କରାଯିବା ସହିତ କିଛି ସଫଳ ବ୍ୟକ୍ତିତ୍ୱଙ୍କୁ ସ୍ମୃତି ସମ୍ମାନ ଓ ଶ୍ରଦ୍ଧାଅର୍ପଣ ରେ ସମ୍ମନୀତ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *