ଓଡ଼ିଶା

ଉପ ନିର୍ବାଚନ ଭୋଟ ଗଣତି : ବିଜେପୁରରେ ଶୁଭୁଛି ଶଂଙ୍ଖର ଧ୍ୱନୀ ମଧ୍ୟପ୍ରଦେଶରେ ହାତର କରତାଳି

ଭୁବନେଶ୍ୱର/ବିଜେପୁର ୨୮-୨ (ଓଡ଼ିଆ ପୁଅ) ଚାଲିଛି ଭୋଟ ଗଣତି। ଦ୍ୱାଦଶ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ଓଡ଼ିଶାର ବରଗଡ଼ ଜିଲ୍ଲା ବିଜେପୁରରେ ବିଜେଡ଼ିର ରୀତା ସାହୁଙ୍କୁ ୬୫, ୪୦୧ଟି ଭୋଟ ମିଳିଥିବା ବେଳେ, ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୩୭, ୧୧୯ ଏବଂ କଂଗ୍ରେସର ପ୍ରଣୟ ସାହୁଙ୍କୁକୁ ମାତ୍ର ୩୨୫୯ଟି ଭୋଟ ମିଳିଛି। ଅର୍ଥାତ୍ ବିଜେପିଠୁ ୨୮, ୨୮୨ ଭୋଟରେ ଆଗୁଆ ରହିଛି ବିଜେଡ଼ି।

 

ସେହିପରି ମଧ୍ୟ ପ୍ରଦେଶର ଦୁଇଟି ବିଧାନସଭା କ୍ଷେତ୍ରରେ ୨୪ ଫ୍ରେବ୍ରୁଆରିରେ ହୋଇଥିବା ଉପନିର୍ବାଚନ ପାଇଁ ଭୋଟର ଗଣତି ଜାର ରହିଛି। ଅଧିକାରିକ ସୂଚନା ଅନୁସାରେ, ତୃତୀୟ ଚରଣ ମତଗଣନା ପୂରା ହୋଇଛି। ଦୁଇଟି ସିଟ୍ ରେ କଂଗ୍ରେସ ଆଗେ ଚାଲୁଥିବା ବେଳେ ଶିବପୁରୀ ଜିଲ୍ଲାର କୋଲାରସରେ କଂଗ୍ରେସର ପ୍ରାର୍ଥୀ ମହେନ୍ଦ୍ର ଯାଦବ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ଜୈନ ଠାରୁ ୧୩୭୩ ଭୋଟର ଆଗରେ ଥିବା ଜଣାପଡ଼ିଛି। ଅର୍ଥାତ୍ କୋଲାରସରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି। ଅନ୍ୟପକ୍ଷରେ, ଅଶୋକନଗରର ମୁଙ୍ଗାବଲୀରେ ମଧ୍ୟ କଂଗ୍ରେସ ଆଗରେ ଅଛି। କଂଗ୍ରେସ ପ୍ରାର୍ଥୀ ବୃଜେନ୍ଦ୍ର ଯାଦବ ବିଜେପିର ବାଈ ସାହବଙ୍କ ଠାରୁ ୧୩୦୦ରୁ ଅଧିକ ଭୋଟରେ ଆଗରେ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top