ଉପ-ନିର୍ବାଚନ ଫଳାଫଳ: ବିଜେଡି ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି

ଭୁବନେଶ୍ୱର, ୫/୭/୨୦୧୮(ଓଡ଼ିଆ ପୁଅ): ନୂଆପଡ଼ା ଠାରୁ ଆରମ୍ଭ କରି ବିଜେପୁର, ଏବେ ଯାଜପୁର ପର୍ଯ୍ୟନ୍ତ ଯେତେ ଯେଉଁଠି ଉପ-ନିର୍ବାଚନ ହୋଇଛି, ସେଥିରେ ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କୁ ଲୋକେ ଅକୁଣ୍ଠଚିତ୍ତରେ ଭୋଟ୍‌ଦେଇ ବିଜୟୀ କରାଇଛନ୍ତି। କିନ୍ତୁ ବିଜେପି ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ସହ ରାଜ୍ୟର ଶାସନକୁ ନେଇ ଯେଉଁ ପ୍ରଶ୍ନ ଉଠାଉଛି, ସେ ସବୁର ଉତ୍ତର ଉପ-ନିର୍ବାଚନ ଫଳାଫଳ ହିଁ ଦେଇଆସିଛି। ଏହା ସତ୍ୟ ହେଲେ ମଧ୍ୟ ବିଜେପି ଏହା ମାନିବାକୁ ପ୍ରସ୍ତୁତ ନୁହେଁ। ସଦ୍ୟ ପ୍ରକାଶ ପାଇଥିବା ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନ୍‌ଜିଲ୍ଲା ପରିଷଦ ଏବଂ ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ସାଗର ପଞ୍ଚାୟତର ସମିତି ସଭ୍ୟ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଏହାର ଅନ୍ୟତମ ଉଦାହରଣ। ଏଥିରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିଛି ଏବଂ ରାଜ୍ୟର ଶାସନ ଜନାଦୃତ ହୋଇପାରିଛି। ବିଜୁ ଜନତା ଦଳ ଆହୁରି ମଜଭୁତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ‘କଠିନ ପରିଶ୍ରମ କର, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସାଙ୍ଗରେ ରୁହ’ ପରାମର୍ଶ ହିଁ ବିଜୁ ଜନତା ଦଳକୁ ଆଗକୁ ନେବାରେ ସହାୟକ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ।

ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନ୍‌ଅନ୍ତର୍ଗତ ୬ଟି ପଞ୍ଚାୟତରେ ସର୍ବାଧିକ ୧୨୭୯୯ ଖଣ୍ଡ ଭୋଟ୍‌ପାଇ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ବିଜୟୀ ହୋଇଛନ୍ତି। ଚଳିତ ଉପ-ନିର୍ବାଚନରେ ବିଜୁ ଜନତା ଦଳର ଭୋଟ୍‌ହାର ୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେପି ଓ କଂଗ୍ରେସର ଭୋଟ୍‌ହାର ୪ ପ୍ରତିଶତ ହ୍ରାସ ପାଇଛି। ସେହିପରି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ସାଗର ପଞ୍ଚାୟତ ସମିତି ସଭ୍ୟ ଉପ-ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥôତ ପ୍ରାର୍ଥୀ ପୁନିଆ ସାହୁ ୧୧୯୩ ଖଣ୍ଡ ଭୋଟ୍‌ପାଇ ବିଜୟୀ ହୋଇଥିବା ବେଳେ ବିଜେପି ସମର୍ଥôତ ପ୍ରାର୍ଥୀ ସର୍ବନିମ୍ନ ୨୬୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଯାଜପୁର ଜିଲ୍ଲା ୩୦ନମ୍ବର ଜୋନ୍‌ଏବଂ ସାଗର ପଞ୍ଚାୟତର ସମସ୍ତ ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳ ତରଫରୁ ଧନ୍ୟବାନ ସହ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ବିଜୁ ଜନତା ଦଳ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *