ଉପାନ୍ତରୁ ରାୟଗଡାରୁ ବିଚାରପତି ଜିସିଡିର ଛାତ୍ର ସିଭିଲ ଜଜ ରୂପେ କଲେ ଶପଥ ଗ୍ରହଣ

ରାୟଗଡା, ୪।୮(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ଉପାନ୍ତ ରାୟଗଡା ଜିଲା ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲର ଜଣେ ଛାତ୍ର ଶ୍ରୀକାନ୍ତ ପାଢ଼ୀ ବିଚାରପତି ପଦରେ ନିଯୁକ୍ତି ପାଇଛନ୍ତି। ୨୦୧୭ରେ ହୋଇଥିବା ପରିକ୍ଷାରେ ଓଡିଶାର ୧୧୦ଜଣଙ୍କ ମଧ୍ୟରେ ରାୟଗଡା ଜିଲାରୁ ଜଣେମାତ୍ର ଓଜେଏସ ପରିକ୍ଷାରେ କୃତକାର୍ଯ୍ୟ ହେବାପରେ ମାନ୍ୟବର ହାଇକୋର୍ଟଙ୍କ ଅଧିସୂଚନା ଅନୁଯାଇ ସେ ମାଲକାନଗିରି ଜିଲାରେ ସିଭିଲ ଜଜ ରୂପେ କାର୍ଯ୍ୟରେ ଯୋଗଦେଇଇଛନ୍ତି। ତାଲିମ ପୂର୍ବରୁ କଟକ ଠାରେ ଜୁଡିସିଆଲ ଆକାଡେମିରେ ଶପଥ ପାଠ କରିଛନ୍ତି।

ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ବିକ୍ରମପୁର ଭଳି ଗୋଟିଏ ନିପଟ ମଫସଲ ଗାଁର ଶ୍ରୀକାନ୍ତ ପାଢ଼ୀ। ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନିଜର ଶିକ୍ଷା ଜୀବନ ଆରମ୍ଭ କରିଥିଲେ। ବାପାଙ୍କ ବଦଳୀ ପରେ ସେ ରାୟଗଡା ଆସି ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲରେ ମାଟ୍ରିକ ପରିକ୍ଷା, ପରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଜ୍ଞାନ ବର୍ଗରେ ଅଧ୍ୟୟନ କରି କୃତକାର୍ଯ୍ୟ ହୋଇଥିଲେ। ପରେ ଗୁଣପୁର ସ୍ଥିତି ଗାନ୍ଧି ଇଞ୍ଜିନିୟରଂ କଲେଜରେ ଅଧ୍ୟୟନ ସାରିବା ପରେ ପୁନରବାର ନିଜ ଅଧ୍ୟୟନ ଆଇନ ସେବା ଦିଗକୁ ପରିବର୍ତ୍ତନ କରିଥିଲେ। କଟକ ସ୍ଥିତ ମଧୁସୁଦନ ମହାବିଦ୍ୟାଳୟରେ ସେ ଆଇନ ଶିକ୍ଷା ଗ୍ରହଣ କରିବାପରେ ଉଚ୍ଚ ନ୍ୟାୟାଳୟରେ ଅଭ୍ୟାସ କରିଆସୁଥିଲେ। ୨୦୧୭ ମସିହାରେ ହୋଇଥିବା ଓଜେଏସ ପରିକ୍ଷା ଦେବାପରେ ଗତ ଡିସେମ୍ବରରେ ବାହାରିଥିବା ଫଳାଫଳରେ ସେ ସାରା ରାଜ୍ୟରେ ୨୮ତମ ର୍ୟାଙ୍କ ରଖିଥିବା ବେଳେ ମୌଖିକ ପରିକ୍ଷାରେ ସେ ଓଡିଶା ପଥମ ସ୍ଥାନ ରଖିଥିବା ଜଣାପଡିଛି। ତେବେ ନୂତନ ରୂପେ ନିଯୁକ୍ତି ପାଇଥିବା ସିଭିଲି ଜଜ ତାଲିମ ପାଇଁ କଟକସ୍ଥିତ ଜୁଡିସିଆଲ ଆକାଡେମିରେ ଉପସ୍ଥିତ ହୋଇଥିବା ବେଳେ ଶୁକ୍ରବାର ସଭିଏଁ ସପଥପାଠ କରିଛନ୍ତି।

Leave a Reply

Your email address will not be published. Required fields are marked *