ଉପର ମୁଣ୍ଡରେ ବର୍ଷା, ହଦଗଡ ଡ୍ୟାମର ଜଳପତ୍ତନ ବୃଦ୍ଧି, ଡ୍ୟାମରୁ ୩୫୦୦ କ୍ୟୁସେକ ପାଣି ଛଡାଗଲା

ହାଟଡ଼ିହି, ୫/୯/ : (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ସାଳନ୍ଦୀ ଡ୍ୟାମରୁ ଆଜି ୩ଟି ଗେଟ ଦେଇ ୩୫୦୦କ୍ୟୁସେକ ପାଣି ଛଡାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳପତନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟି ରଖି ଜଳସମ୍ପଦ ବିଭାଗ ଆଜି ୩ଟି ଗେଟ ଦେଇ ୩୫୦୦ କ୍ୟୁସେକ ପାଣି ସାଳନ୍ଦୀ ନଦୀକୁ ଛାଡିଛି। ସମସ୍ତ ଜଳକୁ ସାଳନ୍ଦୀ ନଦୀରେ ଛଡାଯାଇଥିବାରୁ ପାଣି ନଦୀ ମଧ୍ୟ ଦେଇ ପ୍ରବାହିତ ହୋଇଯିବ ଓ ଏଥିରେ କିଛି କ୍ଷୟକ୍ଷତିର ସମ୍ଭାବନା ନାହିଁଁ ବୋଲି ବୈତରଣୀ କେନାଲ ଡିଭିଜନର ନିର୍ବାହୀଯନ୍ତ୍ରୀ ଗିରିଧାରୀ ସତପଥି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଜଳଭଣ୍ଡାରର ସବୋଚ୍ଚ କ୍ଷମତା ୮୨.୩୦ମିଟର ଥିବାବେଳେ ବର୍ତ୍ତମାନ ସୁଧା ଏହାର ଜଳସ୍ତର ୭୯.୧୧ ମିଟର ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୫୦୦କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ଡ୍ୟାମରୁ ପ୍ରତି ସେକେଣ୍ଡରେ ୩୫୦୦କ୍ୟୁସେକ ପାଣି ଛଡାଯାଉଛି। ଆଜି ଦିନ ତମାମ ଉପର ମୁଣ୍ଡକୁ ବର୍ଷା ଲାଗି ରହିଥିବାରୁ ଡ୍ୟାମକୁ ଅଧିକ ଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଡ୍ୟାମ ପରିସ୍ଥିତିକୁ ଲକ୍ଷରଖି ଆସନ୍ତାକାଲି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *