ଓଡ଼ିଶା

ଉପର ଇନ୍ଦ୍ରାବତୀ ଯୋଜନା ଡାକ୍ତରଖାନା ମୁଖିଗୁଡା଼ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ମୁଖିଗୁଡା଼/ଜୟପାଟଣା (ଓଡ଼ିଆ ପୁଅ/ଅଜିତ କୁମାର ଠାକୁର):- ଉପର ଇନ୍ଦ୍ରାବତୀ ଯୋଜନା ଡ଼ାକ୍ତରଖାନା, ମୁଖିଗୁଡା଼ ଅଧିନରେ ପରିଚାଳିତ ଏକ ମାତ୍ର ଡାକ୍ତରଖାନାରେ ପୁର୍ବରୁ ୩ ଜଣ ଡାକ୍ତର ପଦବୀରେ ଅବସରକାଳୀନ ଡାକ୍ତର ଯାହାର ବୟସ ଅବଧି ସୀମା (୭୦ ବର୍ଷ) ମାନଙ୍କୁ ଚୁକ୍ତି ଭିତ୍ତିକ ଭାବରେ ରଖାଯାଇଥିଲା। ବର୍ତ୍ତମାନ ସେହି ଡାକ୍ତର ମାନଙ୍କ ମଧ୍ୟରୁ ୨ ଜଣ ଡାକ୍ତରଙ୍କ କାର୍ଯ୍ୟକାଳ ସୀମା ଅତିକ୍ରମ କଲା ପରେ ଚାକିରୀରୁ ଅବ୍ୟାହତି ନେଇ ସାରିଛନ୍ତି। ଜଣେ ମାତ୍ର ଯେଉଁ ଡାକ୍ତର ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ତାଙ୍କର ମଧ୍ୟ ଅବଧି ପ୍ରାୟ ୪ ମାସ ଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଏଠାରେ ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଗ୍ରାମର ସମସ୍ତ ଜନସାଧାରଣ ନିର୍ଭର କରୁଥିବା ବେଳେ ବରିଷ୍ଠ ସାଧାରଣ ପରିଚାଳକ ଓ ଉଚ୍ଚ କର୍ତ୍ତୃପକ୍ଷ ଡ଼ାକ୍ତରଖାନା ଓ ରୋଗୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ନଜିର ରହିଛି। ପରିଚାଳନା ନିର୍ଦ୍ଦେଶକ (ଓଏଚପିସି), ଜିଲ୍ଲାପାଳ, ଲାଞ୍ଜିଗଡ଼ ବିଧାୟକ, ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଶକ୍ତି ମନ୍ତ୍ରୀ, ଶକ୍ତି ସଚିବ, ମୁଖ୍ୟମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ମହୋଦୟ ଘଟଣାସ୍ଥଳରେ ଉପସ୍ଥିତ ରହି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ରୋଗୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top