ଜିଲ୍ଲା ପରିକ୍ରମା

ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

ଟିଟିଲାଗଡ଼ ୨୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ତହସିଲରେ ଦିନକୁ ଦିନ ନା ନା ଆଳରେ ସାଧାରଙ୍କୁ ହଇରାଣ ସହ ଅର୍ଥ ଶୋଷଣ କରାଯାଉଥିବା ବେଳେ କେତେକ ଅସାଧୁ ଦଲାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଚାଲିଛି। ପ୍ରକାଶ ଯେ ସାଧାରଣ ଲୋକ ଏହି ତହସିଲକୁ ନିୟମିତ ବିଭିନ୍ନ ଆବେଦନ ନିବେଦନ କରିବାକୁ ଆସିଥାନ୍ତି। ହେଲେ ଏହି ତହସିଲ ଭିତରେ ଜଗି ରହିଥିବା କେତେକ ଦଲାଲ ତାଙ୍କୁ କଣ ଦରର ମୁଁ କରିଦେବି କହି ବାଧ୍ୟ କରିବା ସହ କାଗଜ ପତ୍ର ଛଡେଇ ନେଇ ହଇରାଣ ହରକତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ସାଧାରଣତଃ ବିଭିନ୍ନ ସାର୍ଟିଫିକେଟ, ଜମି, ବାଡ଼ି, ସମ୍ବନ୍ଧୀୟ କାମ ନେଇ ଅlଖ ପାଖ ଅଂଚଳରୁ ସାଧାରଣ ଆସି ଏହି ଦଲାଲଙ୍କ ହାବୁଡ଼ାରେ ପଡି ହଟହଟା ହେବା ସାର ହେଉଛି। ଏହି କାର୍ଯ୍ୟାଳୟର କେତେକ କର୍ମଚାରୀ ଉକ୍ତ ଦଲାଲଙ୍କ ସହ ମିଶି ତାଙ୍କୁ ପ୍ରଶୟ ଦେବା ସହ ବିନା କାରଣରେ ମାସ ମାସ ଦିନ ଗଡେଇ ଖୋଲାଖୋଲି ଅର୍ଥ ଶୋଷଣ କରିବା ଦେଖାଯାଉଛି। ବିଭାଗୀୟ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ ନିରବ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। କେତେକ ନିର୍ଦ୍ଧିଷ୍ଟ ଫର୍ମ ମାନ ବିନା ସରକାରୀ ନିର୍ଦ୍ଦେଶନାମାରେ ପ୍ରସ୍ତୁତ କରି ଜେରକ୍ସ ଦୋକାନ ଓ ଦଲାଲଙ୍କୁ ଦେଇ ସେଥିରେ ଷ୍ଟାମ୍ପ ଓ ଟିକେଟ ଲଗେଇ ଜମି ସରକାର ଦେବେ କହି ସାଧାରଣଙ୍କୁ ଶୋଷଣ କରାଯାଉଛି। ସରକାର ଜମି ଦେବେ କହି ଉକ୍ତ ଶହ ଶହ ଫର୍ମ ପୂରଣ କରି ତାର କୌଣସି ସରକାରୀ ଗ୍ରହଣ ନମ୍ବର ନ ଦେଇ ଲୋକଙ୍କୁ ଠକେଇ କରାଯାଉଛି। କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ ଯିବା ଆସିବା ମୋବାଇଲେରେ ବ୍ୟସ୍ତ ରହିବା ସହ ସାଧାରଣଙ୍କୁ ଘଣ୍ଟା ଘଣ୍ଟା ଛିଡା କରେଇ ସୁଦ୍ଧା ନିଜ କାର୍ଯ୍ୟ ନ କରି ଦିନ ଗଡେଇ ଚାଲିଥାନ୍ତି। ଦୁର୍ବ୍ୟବହାର ସହ ଦଲାଲ ଓ ଅଫିସର କେତେକ କର୍ମଚାରୀଙ୍କୁ ଯଦି ମୂଲଚାଲ କରି ଟଙ୍କା ଦେଇଦିଆଯାଏ ତେବେ ତୁରନ୍ତ ଫାଇଲ କାମ ସରିଯାଇଥାଏ। ସେହିପରି ଷ୍ଟାମ୍ପ ଭେଣ୍ଡରମାନେ ତାଙ୍କର ଷ୍ଟାମ୍ପ କୁ କୋଡିଏରୁ ତିରିଶ ଟଙ୍କା ନେବା ଓ କିଛି ଲେଖିଦେଲେ ଶହେ ରୁ ଦୁଇ ଶହ ଟଙ୍କା ନେବା ଓ ଚଢା ଦରରେ ଷ୍ଟାମ୍ପ ବିକ୍ରି ହେବା ନେଇ ଉଚ୍ଚ ପଦାଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top