ଉପଜିଲାପାଳଙ୍କ ପଦକ୍ଷେପକୁ ବିଏଚପିର ବିରୋଧ

ଫୁଲବାଣୀ ୧ା୧୨(ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ଜିଲା ବାଲିଗୁଡା ଜଗନ୍ନାଥ ମନ୍ଦିର ପରିଚାଳନାକୁ ନେଇ ଚାଲିଥିବା ବିବାଦ ତୀବ୍ର ହେବାରେ ଲାଗିଛି। ଏହି ମନ୍ଦିର ଦେବୋତ୍ତର ବିଭାଗ ହାତକୁ ନେବା ପରେ ଏବେ ଏହି ବିବାଦ ନୂଆ ରୂପ ନେଇଛି। ଗତ ୨୮ ତାରିଖରେ ବାଲିଗୁଡା ଉପ ଜିଲପାଳ ମନ୍ଦିରକୁ ପୁଲିସ ଫୋର୍ସ ନେଇ ପ୍ରବେଶ କରିବା ଘଟଣାକୁ ନିନ୍ଦନୀୟ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ଏହା ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରଘାତ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପରିଷଦର କିଛି କର୍ମକର୍ତ୍ତା। ମନ୍ଦିର ବିବାଦ ଏବେ କୋର୍ଟରେ ଥିବାରୁ ଏହା ଦେବୋତ୍ତର ବିଭାଗର ନୁହେଁ ବୋଲି ସେମାନେ କହିଛନ୍ତି। ସଂପୃକ୍ତ ଉପଜିଲାପାଳଙ୍କ ସମେତ ବାଲିଗୁଡା ଏସ୍ଡିପିଓଙ୍କୁ ତୁରନ୍ତ ଜିଲାରୁ ବଦଳି କରା ନ ଗଲେ ଆଗାମୀ ୫ ତାରିଖରେ ଜିଲାବ୍ୟାପୀ ହରତାଳ କରାଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ଫୁଲବାଣୀ ପ୍ରେସ୍ କ୍ଲବରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସମ୍ପାଦକ ପରେଶ ମହାପାତ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉପ ଜିଲାପାଳ ଆଇନରୁ ଊଦ୍ଧ୍ୱର୍ରେ ନୁହନ୍ତି। ଗତ ୨୮ ତାରିଖରେ ପୁଲିସ ଫୋର୍ସ ସହ ଉପ ଜିଲାପାଳ ମନ୍ଦିର ଗର୍ଭଗୃହକୁ ଜୋତା ଚପଲ ପିନ୍ଧି ପ୍ରବେଶ କରିବା ସଂପୂଣର୍୍ ରୂପେ ଆଇନ ବିରୁଦ୍ଧ ଏବଂ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ। ତେଣୁ ମାମଲା ଫଏସଲା ନ ହେବା ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କୁ ଡକାଯାଇ ଏକ ଅସ୍ଥାୟୀ କମିଟି ଗଠନ କରାଯିବା ପାଇଁ ପରାମର୍ଶ ଦେଇଛି ପରିଷଦ। ଉପ ଜିଲାପାଳ ଏବଂ ଏସ୍ଡିପିଓଙ୍କ କାର୍ଯ୍ୟକୁ ନିନ୍ଦା କରି ସେମାନଙ୍କୁ ୨ ଦିନ ଭିତରେ ଜିଲା ବାହାରକୁ ବଦଳି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି କର୍ମକର୍ତ୍ତା। ଆଜିର ସାମ୍ବାଦିକ ସମ୍ମିଳନୀରେ ଆରଏସ୍ଏସ୍ର ବିଭାଗ ସଂଘ ଚାଳକ କୃଷ୍ଣ ଚନ୍ଦ୍ର ପ୍ରଧାନ, ଉପ ସଭାପତି ବିଦ୍ୟାଧର ସ୍ୱାଇଁ, ବଜରଂଗ ଦଳ ଜିଲା ସଂଯୋଜକ ନିରଂଜନ ମହାନ୍ତିଙ୍କ ସହ ପୁରୁଣା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶ୍ୟାମସୁନ୍ଦର ପାତ୍ର, ମନ୍ଦିର କୁଳ ପୁରୋହିତ ଚିନ୍ତାମଣି ମିଶ୍ର, ପରିଚାଳନା କମିଟି ଉପ ସଭାପତି ପଂଚାନନ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ବାଲିଗୁଡା ଜଗନ୍ନାଥ ମନ୍ଦିର ପରିଚାଳନା ଭାର ଏବେ ଦେବୋତ୍ତର କମିଶନଙ୍କ ହାତରେ ନ୍ୟସ୍ତ ହୋଇଛି। ସେହି ଅନୁସା୍ରେ ନୂତନ କମିଟି ଗଠନ କରାଯାଇଛି। ତେବେ ଏହାକୁ କିଛି ବ୍ୟକ୍ତି ବିରୋଧ କରୁଥିବାରୁ ବିବାଦ ଦେଖାଦେଇଛି।

Leave a Reply

Your email address will not be published. Required fields are marked *