ଅନୁଗୁଳ

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ, ସୁନ୍ଦରଭାବେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଅପରାହ୍ନରେ ପଂଚାୟତ ସଭାଘରଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ ବିଗତ ବର୍ଷର ବିବରଣୀ ପାଠ କରିଥିଲେ। ଏହି ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ନିଷ୍ପତି ହୋଇଥିଲା। ଜାନୁଆରୀ ୨୫ତାରିଖ ପୂର୍ବାହ୍ନରେ ଏକ ଗଣ ଦୈାଡ଼ ତାଳଚେର ଷ୍ଟାଡିୟମଠାରୁ ଆରମ୍ଭ ହୋଇ ସହର ପରିକ୍ରମା ପୂର୍ବକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶେଷ ହେବ। ‘ଆମର ଲକ୍ଷ୍ୟ ପ୍ରଦୁଷଣମୁକ୍ତ ତାଳଚେର’ବୋଲି ଏହି ଗଣଦୈାଡ଼ର ବାର୍ତ୍ତା ରହିବ। ୫ଜଣ ପୁରୁଷ ଏବଂ ୫ ଜଣ ମହିଳା ଏହିପରି ମୋଟ ୧୦ଜଣଙ୍କୁ ପୁରସ୍କୃତ କରାଯିବ। ସୁବ୍ରତ କୁମାର ଦାସ, ସନ୍ତୋଷ କୁମାର ସାହୁ, ପେସ୍କାର ଗଡ଼ନାୟକ, କ୍ଷୀରୋଦ ସାହୁ, ସଦାନନ୍ଦ ପଣ୍ଡା, ବାଉରୀବନ୍ଧୁ ବେଜ ଓ ଅନ୍ୟମାନେ ଏହାକୁ ସଂଯୋଜନା କରିବେ। ଚଳିତବର୍ଷର ସମସ୍ତ ପ୍ରତିଯୋଗିତାର ବିଷୟବସ୍ତୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରୁ ସମସ୍ତେ ପାଇପାରିବେ। ଅଭ୍ୟାସ ପରେଡ଼ ଆଗାମୀ ୨୩ ଓ ୨୪ତାରିଖ ୨ଦିନ ଧରି ହେବ। ଆଗାମୀ ୧୧ତାରିଖ ପୂର୍ବାହ୍ନ ୧୧ଟା ବେଳେ ତାଳଚେର ଷ୍ଟାଡିୟମଠାରେ ପ୍ଲାଟୁନ କମାଣ୍ଡାର ଓ ପତାକାଧାରୀମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ଚଳିତ ମାସ ୧୫ତାରିଖ ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମ ପଞ୍ଜିକୃତ କରିବେ। ସେହିପରି ଏକ ପ୍ରଦର୍ଶନୀ ଭଲିବଲ ମ୍ୟାଚର ଆୟୋଜନ କରାଯିବ। ‘ମନେ ପକାଅ’ ସାହିତ୍ୟ ଅନୁଷ୍ଠାନ ସହଯୋଗରେ ଉକ୍ତ ଦିନ ଅପରାହ୍ନରେ ଏକ କବିତା ପାଠୋତ୍ସବ ଆୟୋଜିତ କରାଯିବ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବିଡିଓ ନିତ୍ୟାନନ୍ଦ ସାହୁ, ଅତିରିକ୍ତ ତହସିଲଦାର ରତନ ଆଚାର୍ଯ୍ୟ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ, ପୈାର ନିର୍ବାହୀ ଅଧିକାରିଣୀ ଅତସୀ ପରିଡ଼ା, ସିଡିପିଓ ଲୀଳାବତୀ ନାଗ, ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top