ଜିଲ୍ଲା ପରିକ୍ରମା

ଉପକୂଳ ରାଜପଥ : ଭଦ୍ରକରେ ୪୮ କିମି, ୨୬ ଟି ଗ୍ରାମ ଛୁଇଁବ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗୋପାଳପୁରରୁ ଦୀଘା-ତାଳସିରା ପର୍ଯ୍ୟନ୍ତ ୪୮୦ କିଲୋମିଟର ରାସ୍ତା ଦେଇ ନୂଆ ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେବାକୁ ଯାଉଛି । ଭାରତମାଳା ପ୍ରକଳ୍ପ ଅନୁଦାନରେ ୬ ହଜାର କୋଟି ଟଙ୍କା ବିନିମୟରେ ଏହି ୪୮୦ କିଲୋମିଟର ସମୁଦ୍ର ଉପକୂଳ ବର୍ତ୍ତି ନୂଆ ରାଜପଥ ତିଆରି ହେବ । ଭଦ୍ରକ ଜିଲା ଦେଇ ଏହି ରାଜପଥ ୪୮ କିଲୋମିଟର ରାସ୍ତା ଅତିକ୍ରମ କରିବ । ଏହି ନୂଆ ରାଜପଥ ନିର୍ମାଣ ବେଳେ ଭଦ୍ରକ ଜିଲାର ଚାନ୍ଦବାଲି ତହସିଲ ଅଧୀନରେ ୧୬ଟି ରାଜସ୍ୱ ଗ୍ରାମ ଏବଂ ବାସୁଦେବପୁର ତହସିଲ ଅଧୀନରେ ଥିବା ୧୦ ଟି ରାଜସ୍ୱ ଗ୍ରାମ ଦେଇ ଏହି ରାଜପଥ ତିଆରି ହେବ । ମୋଟ ଉପରେ ଭଦ୍ରକ ଜିଲାର ଏହି ୨୬ ଟି ରାଜସ୍ୱ ଗ୍ରାମ ଦେଇ ରାଜପଥ ଯିବା ବେଳେ ୧୪୪ ହେକ୍ଟର ଜମି ଅଧିଗ୍ରହଣ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତଥା ଭଦ୍ରକ ପ୍ରଶାସନର ଭୂ-ଅର୍ଜନ ବିଭାଗ ୧୧ (୬) ଧାରା ଅନୁସାରେ ନୋଟିଫିକେଶନ କରିସାରିଲେଣି । ଏହି ରାଜପଥ କେନ୍ଦ୍ରାପଡାହ ଜିଲା ପାରି ହେବା ପରେ ଚାନ୍ଦବବାଲି ଦେଇ ଧାମରା ପର୍ଯ୍ୟନ୍ତ ଯିବ ଯାହାକି ମନ୍ତେଇ ନଦୀ ଉପରେ ନୂଆ ବି୍ରଜ୍ ନିର୍ମାଣ ହେବ । ଧାମରାରୁ ଏହା ମନ୍ଦାରୀ ଛକ ପର୍ଯ୍ୟନ୍ତ ଯାଇ ବୁଲିଯିବ ଚୂଡାମଣି ବନ୍ଦର ଆଡକୁ । ଚୂଡାମଣି ଓ ସୁଦର୍ଶନପୁର ଗାଁ ଦେଇ ଏହା ବାଲେଶ୍ୱର, କଷିଆ, ବଳରାମଗଡି ଦେଇ ତାଳସାରି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ଯିବ । ଏହି ନୂଆ ରାଜପଥ ନିର୍ମାଣର ଲକ୍ଷ୍ୟ ହେଲା ଉପକୂଳକୁ ସୁରକ୍ଷା ଏବଂ ପର୍ଯ୍ୟଟନର ଭିତ୍ତିଭୂମିକୁ ସୁଦୃଢ କରିବ । ନୂଆ ରାଜପଥ ନିର୍ମାଣ ହେଲେ ଏହାର ଅପକାରିତା ବି ପରିବେଶବିତ୍ ମାନେ ବାଛିଲେଣି । ମିଳିଥିବା ତଥ୍ୟ ଅନୁଯାୟୀ ଗୋପାଳପୁର ଠାରୁ ତାଳସରିଯାଏ ସୁଦୀର୍ଘ ଉପକୂଳ ରାଜପଥ ନିର୍ମାଣ ପାଇଁ ରାଜ୍ୟ ବଜେଟରୁ ତିଆରି କରିବାକୁ ସ୍ୱପ୍ନ ଦେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ନବୀନ ବାବୁ ସାମାନ୍ୟ ଅଣ୍ଟା ଭିଡିଥିଲେ ମଧ୍ୟ ସଫଳ ହୋଇନାହିଁନ୍ତି । ଏବେ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ମାଧ୍ୟମରେ ଅଣ୍ଟା ଭିଡିବା ପରେ ରାଜ୍ୟ ସରକାର ଜମିଦାନ କରିବାକୁ ବାହାରିଛନ୍ତି । ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର କୂଳେ କୂଳେ ଏହି ଲୁଣା ନଦୀବନ୍ଧ ତିଆରି ହେବ । ପ୍ରାଥମିକ ବଜେଟ୍ ୧୯୯୨ ରେ ୪୪୧ କୋଟି ଟଙ୍କା ଅଟକଳ ଥିଲା ବେଳେ ପରିବେଶ ବିଭାଗର ଅନୁମତି ମିଳିନଥିଲା । ଏବେ ଏହା ଭାରତମାଳା ପ୍ରକଳ୍ପକୁ ସ୍ଥାନାନ୍ତରିତ ହୋଇ ୬ ହଜାର କୋଟି ଟଙ୍କା ୨୦୧୭ ମସିହାରେ ବରାଦ ହୋଇଛି । ତେଣୁ ଗଂଜାମ ଠାରୁ ବାଲେଶ୍ୱର ଜିଲା ପର୍ଯ୍ୟନ୍ତ ଜିଲାପାଳ ଜମି ଅଧିଗ୍ରହଣ କରିବାକୁ ୧୧ (୬) ରେ ନୋଟିଫିକେଶନ୍ ସାରି ଦେଇଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣରୁ ସମୁଦ୍ରରେ ବାତ୍ୟା ହେଲେ ଉପକୂଳବାସୀ ୩ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୁଅନ୍ତି । ପ୍ରଥମଟି ହେଲା ସମୁଦ୍ରରେ ଲଘୁଚାପ ବଳୟ ସୃଷ୍ଟି ହେଲେ ସମୁଦ୍ର ବକ୍ଷରୁ ଉପକୂଳ ଭୂଭାଗକୁ ଥଣ୍ଡା ବାୟୁ ପ୍ରବାହିତ ହୁଏ । ଏହି ବାୟୁର ଭୟାବହତା ପ୍ରଧାନତଃ ଲଘୁଚାପ ଗତିପଥରେ ଯଦି କୌଣସି ପ୍ରତିରୋଧକାରୀ ଶକ୍ତି ନଥାଏ, ତେବେ ଏହି ବାୟୁ ଉପକୂଳ ଜନଜୀବନରେ ଅଶେଷ କ୍ଷତି ଘଟାଏ । ଯାହାର ପ୍ରମାଣ ସ୍ୱରୂପ ଗତ ମହାବାତ୍ୟାରେ ସମୁଦ୍ର କୂଳଠାରୁ ୨୦୦ କିମି ଦୂର ଢେଙ୍କାନାଳ ଜିଲାର ହିନେ୍ଦାଳ ରୋଡ୍ ପର୍ଯ୍ୟନ୍ତ କ୍ଷୟକ୍ଷତି ଘଟାଇଥିଲା । ଦ୍ୱିତୀୟଟି ହେଲା -ସମୁଦ୍ର ଲଘୁଚାପ ବଳୟ ସୃଷ୍ଟି ହେଲେ ସମୁଦ୍ର ପାଣି ଉପରୁ ବାୟୁର ଚାପ ଅତି ମାତ୍ରାରେ କମିଯିବା ଦ୍ୱାରା ପାଣି ଫୁଲିବାକୁ ଲାଗେ । ଏହି ସ୍ପିତ ଜଳ ଜୁଆର ମାଧ୍ୟମରେ ଜନବସତି ଆଡକୁ ମାଡିଆସେ । ଏହାର ତୀବ୍ରତା ମଧ୍ୟ ପବନ ଏବଂ ଲଘୁଚାପ ବଳୟ ଉପରେ ନିର୍ଭର କରେ । ପବନ ସ୍ରୋତର ତୀବ୍ରତା ଜୁଆର ଜଳର ବେଗକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ । ସାଧାରଣ ସମୟରେ ଆମ ସମୁଦ୍ର ତଟରେ ଜୁଆର ବେଗ ଘଣ୍ଟାପ୍ରତି ପ୍ରାୟ ୨୫ କିମିରୁ ୫୦ କିମି କିମ୍ବା ଏହାଠାରୁ କିଛି କମ୍ ବେଶିରେ ଗତିକରେ । ତଟର ଗଭୀରତା ଓ ପବନ ବହିବାର ବେଗ ମଧ୍ୟ ଏହାକୁ ପ୍ରଭାବିତ କରେ । ତୃତୀୟ କାରଣଟି ହେଲା ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଲେ ଲୁଣାଜଳ ଫୁଲିଉଠେ ଏବଂ ଜୁଆର ଦ୍ୱାରା ଜଳ ମୁହାଁଣ ଦେଇ ନଦୀମାନଙ୍କ ପ୍ରତିକୂଳ ଦିଗରେ ପ୍ରବାହିତ ହେବାକୁ ଲାଗେ । ଏହି ପ୍ରତିକୂଳ ଦିଗରେ ବହୁଥିବା ଜଳର ବେଗ ଏବଂ ସେହି ସମୟର ପ୍ରବାହିତ ବାୟୁର ବେଗ ଉପରେ ନିର୍ଭର କରେ । ସେହିସବୁ ବିପରୀତଗାମୀ ପ୍ରବାହିତ ଜଳସ୍ରୋତ ନଦୀମାନଙ୍କରେ କୂଳଲଂଘି ଥିବା ଜୁଆର ଜଳ ଏବଂ ନଦୀର ପ୍ରତିକୂଳ ଦିଗରେ ପ୍ରବାହିତ ଜଳ ଏକତ୍ରିତ ହୋଇ ସମୁଦ୍ର ଆଡକୁ ଭୂମି ଗଡାଣିଆ ଥିବାରୁ ପ୍ରବାହିତ ହେବାକୁ ଲାଗେ । ଯଦି ଏହି ଜଳ ଗତିପଥରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୁଏ, ତେବେ ସେହିପାଣି ଭୂପୃଷ୍ଠର ବହୁ ଅଂଚଳରେ ହ୍ରଦ ସୃଷ୍ଟି କରି ନରସଂହାରକ ହେବା ସହିତ ସେହି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top