ଓଡ଼ିଶା

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ ତିତଲି: ୨ ଘଣ୍ଟା ସ୍ଥଳଭାଗରେ ରହିବ, ୧୬୦ କିଲୋମିଟର ବେଗରେ ପବନ ବହିବ

ଭୁବନେଶ୍ୱର ୧୧-୧୦ (ଓଡ଼ିଆ ପୁଅ) ସାମୁଦ୍ରିକ ଝଡ଼ ତିତଲି ଛୁଇଁଛି ସ୍ଥଳଭାଗ। ଅତି ଭୟଙ୍କର ସାମୁଦ୍ରିକ ଝଡ଼ କିମ୍ବା ଭେରି ସିଭିୟର ସାଇକ୍ଲୋନ ଷ୍ଟ୍ରର୍ମ ତିତଲି ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି। ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହା ଉପକୂଳକୁ ହିଟ୍ କରିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ଜୋରରେ ପବନ ବହିବା ଆରମ୍ଭ ହୋଇଛି। ପ୍ରାୟ ୧୫୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହୁଛି। ତିତଲି ସ୍ଥଳଭାଗ ଛୁଇଁବା ପରେ ଏହା ଅଧିକ ଅଧିକ ଉଗ୍ର ହୋଇଛି। ଉପକୂଳ ଛୁଇଁବା ପରେ ଏହା ୨ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳଭାଗରେ ରହିବ। ସ୍ଥଳଭାଗରେ ଦୁଇଘଣ୍ଟା ଲୀଳା କରିବା ପରେ ଏହା ଧୀରେ ଧୀରେ ଦୁର୍ବଳ ହେବ। ଏହାର ପ୍ରଭାବରେ କେଉଁଠି ଘରଦ୍ୱାର ଭାଙ୍ଗିଯାଇଥିବା ଦେଖାଯାଉଛିତ ତ ପୁଣି କେଉଁଠି ଗଛ ଭାଙ୍ଗି ପଡିଛି। ଗଞ୍ଜାମ, ପୁରୀ, ଗତପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏହାର ପ୍ରଭାବରେ ବର୍ଷା ଲାଗି ରହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top