ଉନ୍ନିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଏକ୍ସରେ ଟେକନିସିଆନ ,ସେ ଛୁଟିରେ ରହିଲେ ରୋଗି ର ଏକ୍ସରେ ବନ୍ଦ

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ଉପଖଣ୍ଡ ଚିକôିସାଳୟର ମାନ୍ୟତା ପାଇସାରିଛି । ଏହା ସତ୍ତ୍ୱେ ଚିକିସôାଳୟ ର ସମାଧାନ ଦିଗରେ ଅବହେଳା ପରିଲକ୍ଷିତ ହେଉଛି । ଏହା ଗୋଟିଏ ରେଫରାଲ ସେଣ୍ଟର ଏବଂ ଏହା ଉପରେ ଆଖପାଖ ସାତ ଆଠଟି ବ୍ଲକର ଲୋକ ନିର୍ଭରଶୀଳ ଏବଂ ଜିଲ୍ଲା ମୁଖ୍ୟ ଚିକିସôାଳୟ ଠାରୁ ମଧ୍ୟ ରୋଗୀ ସଂଖ୍ୟା ଏଠାରେ ସର୍ବାଧିକ । ଏଠାରେ ଦୈନନ୍ଦିନ ୫୦୦ ରୁ ଉର୍ଦ୍ଦ ରୋଗୀ ଚିକିସ୍ôାପାଇଁ ।ାସିଥାନ୍ତି । ଏଠିକାର ଏକ୍ସରେ ବିଭାଗରେ ଦୀର୍ଘର୍ ୨୫ବର୍ଷ ହେଲା ଜଣେ ଟେକନିସିଆନ କାର୍ଯ୍ୟ କରିଆସୁଛନ୍ତି । ଯେତେବେଳେ ସେ ବ୍ୟକ୍ତିଗତ ଅସୁବିଧା ହେତୁ ଛୁଟିରେ ରହୁଛନ୍ତି ଏକ୍ସରେ ବିଭାଗ ବନ୍ଦ ରହୁଛି ଏବଂ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଉଛି । ଏହି ଉନ୍ନିତ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଜଣେ ଟେକନିସିଆନ ଯୋଗାଇ ଦେବାକୁ ଜନସାଧାରଣ ରେ ଦାବୀ ହେଉଛି । ଏହାର ତୁରନ୍ତ ବିଚାର ନକଲେ ଭବିଷ୍ୟତରେ ଆନେ୍ଦାଳନାତ୍ମକ ରୂପ ନେବ ଏଥିରେ ସନେ୍ଦହନାହିଁ ।

Leave a Reply

Your email address will not be published. Required fields are marked *