ଗଜପତି

ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି,୩୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଯାଜପୁର ଉନ୍ନିତ ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିଆରସିସି ଏସ.ଭେଙ୍କଟ ରାମଣା ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଛାତ୍ର/ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ଉମା ପଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇ ବାର୍ଷିକ ଉତ୍ସବର ମହତ୍ୱ ଏବଂ ଏହା କେଉଁ ଉଦେଶ୍ୟରେ ପାଳନ କରାଯାଇଥାଏ ସେବିଷୟରେ ଛାତ୍ର/ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି ଭାବେ ଶିକ୍ଷା ହାସଲ କରିବା ପାଇଁ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦେବା ଦରକାର ଏବଂ ଶିକ୍ଷାର ମାନ କିପରି ନିର୍ଦ୍ଧାରିତ ହୋଇଥାଏ ସେବିଷୟରେ ବିଭିନ୍ନ ଅତିଥି ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗିମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ ମେମ୍ବର ଜୁଧିଷ୍ଟିର ଦାସ, ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ପଟ୍ଟନାୟକ ପ୍ରମୁଖଙ୍କ ସହ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top