ଉନ୍ନାଓ ଓ କାଠୁଆ ଦୁଷ୍କର୍ମ ମାମଲା ପ୍ରତିବାଦରେ କୋରାପୁଟ ସହରରେ କ୍ୟାଣ୍ଡଲ ଶୋଭାଯାତ୍ରା

କୋରାପୁଟ ୧୫-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଉତର ପ୍ରଦେଶର ଉନ୍ନାଓ ଏବଂ ଜାମ୍ମୁ ଓ କାଶ୍ମିରର କାଠୁଆରେ ଦୁର୍ଷ୍କମ ପ୍ରତିବାଦରେ କୋରାପୁଟ ଯୁବ ସମାଜ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ। ପୂଜାରିପୁଟସ୍ଥିତ କଲ୍ୟାଣମଣ୍ଡପଠାରୁ ସହର ଶୋଭାଯାତ୍ରା କରି ବସଷ୍ଟାଣ୍ଡରେ ପହଂଚି କାଠୁଆ ପିଡିତାର ମୃତ୍ୟୁ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।କୋରାପୁଟ ଯୁବ ପରିଷଦର ସଭାପତି ଲଲାଟ ରଂଜନ ସେଠୀ, ଜିଲ୍ଲାପରିଷଦ ଉପସଭାପତି ତୁଳସୀ କିରସାନି, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି, କାଉନସିଲର ଲିଲି ବୁରୁଡି, ବିଜେଡି ଛାତ୍ର ନେତା ରକି ପଣ୍ଡା, ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *