ଉଦୟଗିରି ବୌଦ୍ଧ ବିହାର ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) -ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସବେକ୍ଷଣ ସଂସ୍ଥା ପକ୍ଷରୁ ବିକ୍ଷିପ୍ତ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି । ଆଲମଗିରି ପର୍ବତ ମାଳାରେ ଅବସ୍ଥିତ ବୌଦ୍ଧକୀତ୍ତୀ ରାଜି ସଲଗ୍ନ ବିକ୍ଷିପ୍ତ ଅଂଶ ପାହାଡ ଚାରିପଟେ ସୁଦୃଶ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପାଚେରୀର ମୂଳଦୁଆରେ କଳାପଥର, ମାଙ୍କଡା ପଥର ସହିତ ରାଜସ୍ଥାନରୁ ଅଣାଯାଉଥିବା ଖଇରିଆ ଦାମିକିଆ ପଥରରେ ପାଚେରୀ କାମ ଚାଲିଛି । ଫଳରେ ଜାତୀୟ ଐତିହ୍ୟ ସ୍ଥଳ ମାନଙ୍କରେ ଯେଉଁ ପ୍ରକାର ସୁରକ୍ଷା ଓ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି ସେହି ପ୍ରଣାଳୀ ଏଠାରେ ଅବଲମ୍ବନ ହେଉଛି । ପାଚେରୀର ସୌନ୍ଦର୍ଯ୍ୟ ବଢାଇବା ସଙ୍ଗେ ସଙ୍ଗେ ପାହାଡର ସୁରକ୍ଷା ଓ ସବୁଜ ବନାନୀ ସୃଷ୍ଟିରେ ଏହା ସାହାଯ୍ୟ କରିବ । ଏଥି ସହିତ ବୌଦ୍ଧବିହାର ଅନ୍ତର୍ଗତ ଏକ ନମ୍ବର ମାଧବପୁର ବୌଦ୍ଧବିହାର ଓ ଦୁଇ ନମ୍ବର ସିଂହପ୍ରସ୍ଥ ମହାବିହାରକୁ ଯାଇଥିବା ସବୁ ଡାଳୀ ସଡକ ଗୁଡିକ ଓସାରିଆ କରାଯାଉଛି । ମାଙ୍କଡା ପଥର ବ୍ୟବହାର କରାଯାଇ ଅନ୍ୟ ଐତିହ୍ୟ ସ୍ଥଳ ପରି କାର୍ଯ୍ୟ ମଧ୍ୟ କରାଯାଉଛି । ଡାଳୀ ସଡକ ଗୁଡିକୁ ବର୍ଷା ଦାଉରୁ ରକ୍ଷା ଓ ସୁଦୃଶ୍ୟ କରିବା ପାଇଁ ରାସ୍ତାର ଦୁଇ କଡରେ ଅଳ୍ପ ଉଚ୍ଚତା ବିଶିଷ୍ଟ କାନ୍ଥ ତିଆରି ହେଉଛି । ଗାଡି ଘୋଡା ରଖିବା ପାଇଁ ବିସ୍ତିର୍ଣ୍ଣ ପାକିଂ ଅଂଚଳ ଓ ବୌଦ୍ଧ ବିହାରକୁ ସୁଦୃଶ୍ୟ ସବୁଜ ଗାଲିଚାରେ ପରିଣତ କଲାଭଳି ଘାସ, ଫୁଲଗଛ ଓ ସବୁଜ କଁଅଳିଆ ଗଛ ସୃଷ୍ଟି କରଯାଉଛି । ଏତଦ୍ ବ୍ୟତୀତ କୀର୍ତ୍ତୀରାଜି ଗୁଡିକର ସଂରକ୍ଷଣ ପାଇଁ ବଉଳ ମାଳିଆ ପଥର ଆଣାଯାଇ ଗଛିତ କରାଗଲାଣି । ଖୁବ ଶୀଘ୍ର କୀତ୍ତୀରାଜିର ସଂରକ୍ଷଣ କାମ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହିସବୁ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହେବାପାଇଁ ଉଦୟଗିରି ବୁଦ୍ଧ ମହୋସôବ ସମିତି ପକ୍ଷରୁ ସହଯୋଗ କରାଯିବା ସଙ୍ଗେ ସଙ୍ଗେ ଭାରତୀୟ ପ୍ରତନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପ୍ରତି ସମିତି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ଓ ପ୍ରବେଶ ପଥରେ ଅଧା ହୋଇ ରହିଥିବା ବୁଦ୍ଧ ପାର୍କରେ ନିର୍ମାଣ କାର୍ଯ୍ୟ ଜିଲ୍ଲା ଓ ରଜା୍ୟ ପ୍ରଶାସନ ପୂର୍ଣ୍ଣାଙ୍ଗ କରିବାକୁ ଦାବୀ କରାଯାଇଛି ।

Leave a Reply

Your email address will not be published. Required fields are marked *