ଗଜପତି

ଉଦ୍ୟୋଗି ସପ୍ତାହ ପାଳନ ସହ ସଚେତନତା ଅଭିଯାନ ଏବଂ ସ୍ୱତନ୍ତ୍ର ଋଣ ମେଳା

ପାରଳାଖେମୁଣ୍ଡି,୧୧ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଆତ୍ମ ନିଯୁକ୍ତି କେନ୍ଦ୍ରର ସମ୍ମିଳନୀ ଗୃହରେ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଜିଲା ସ୍ତରୀୟ ଉଦ୍ୟୋଗି ସପ୍ତାହ ପାଳନ ଅବସରରେ ସଚେଚନତା କାର୍ଯକ୍ରମ ସହ ସ୍ୱତନ୍ତ୍ର ଋଣମେଳା ଅନୁଷ୍ଠିତ ହୋଇଛି । ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ତି୍ରଲୋଚନ କାର୍ଯ୍ୟୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଉଦ୍ୟୋଗିମାନଙ୍କୁ ମିଳୁଥିବା ସରକାରୀ ସୁଯୋଗଗୁଡିକ ଉପରେ କହିବା ସହ ଏଦିଗରେ ଯୁବକମାନେ କିପରି ଅଧିକ ଆଗ୍ରହ ଦେଖାଇ ସେବିଷୟରେ କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଅନୁପମ ସାହା ଉଦ୍ୟୋଗି  ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡୁଥିବା ଦିଗଗୁଡିକ ଉପରେ ନୁତନ ଉଦ୍ୟୋଗିମାନେ ସଚେତନ ହେବା ଅଧିକ ଆବଶ୍ୟକ ବୋଲି କହିିଥିଲେ । ଶିଳ୍ପ କେନ୍ଦ୍ରର ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇ ଛାତ୍ର/ଛାତୀମାନେ ଚାକିରୀ ପଛରେ ନଯାଇ ସ୍ୱାବଲମ୍ବୀ ହେବା ପାଇଁ ଉଦ୍ୟୋଗି  ପ୍ରତିଷ୍ଠା କରିବାକୁ ଆଗ୍ରହ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗର ଉପନିଦେ୍ର୍ଦଶକ ଭଗବାନ ସାହୁ, ଜିଲା କୃଷି ଅଧିକାରୀ ଚୈତନ୍ୟ ସାହୁ, ଜିଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଦାମୋଦର ଉଗରସଣ୍ଡି,ଷ୍ଟେଟ ବ୍ୟାଙ୍କ ଉପପରିଚାଳକ ସତ୍ୟନାରାୟଣ ପଣ୍ଡା, ପ୍ରଶିକ୍ଷଣ କେନ୍ଦ୍ରର ନିଦେ୍ର୍ଦଶକ ଚିନ୍ତାମଣି ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଋଣ ମେଳା ଆୟୋଜନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top