ଉଦ୍ଘାଟିତ ହେଲା ଓରାୟନ-୨୦୧୮

ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ଶ୍ରୀ ଶ୍ରୀ ବିଶ୍ଵବିଦ୍ୟଳୟ ଛାତ୍ରଛାତ୍ରୀ ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସେମାନଙ୍କୁ ଚତୁର୍ଥ ବାର୍ଷିକ ଉତ୍ସବ “ଓରାୟନ -୨୦୧୮” ମାଧ୍ୟମରେ ଏକ ମଞ୍ଚ ପ୍ରଦାନ କରୁଛି। ଏହି କାର୍ୟ୍ୟକ୍ରମ କେନ କ୍ଳାଓଡ ଟେକ୍ନୋଲୋଜି ର ସହଯୋଗ ରେ ୧୯ ଜାନୁଆରୀ-୨୧ ଜାନୁଆରୀ, ୨୦୧୮ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ପାଳନ କରିବାର ଉଦେଶ୍ୟ କେବଳ ପରିସରର ସାଂସ୍କୃତିକ କାର୍ୟ୍ୟକ୍ରମ ନୁହେ ବରଂ ବୈଷୟିକ ବିଭିନ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦେବା।

ଏହି ୩ ଦିନିଆ କାର୍ୟ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ, କ୍ରୀଡା ଏବଂ ପରିଚାଳନା ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି କାର୍ୟ୍ୟକ୍ରମ ରେ ରାଜ୍ୟ ବାହାରର ବହୁ ନାମୀ କଳାକାର ଯଥା ରାଷ୍ଟ୍ରପତି ପୁରସ୍କାର ବିଜେତା ପୂର୍ଵାୟନ ଚାର୍ଟରଜୀ (ସିତାର ବାଦକ), ଓଜସ ଅଧିଆ (ତବଲା ବାଦକ), ଡି.ଜେ କାଵ୍ୟ। ଖୁରାନା, ଡି.ଜେ ଅନିଷ ସୂଦ, ଇଟାଲିଅନ ଜନ୍ମିତ ଓଡିଶୀ ନୃତ୍ୟ କଳାକାର ଈଲିଆନ। ସିତାରିସ୍ତି, ଅମନଦୀପ ସିଂ ଯୋଗ ଦେଉଛନ୍ତି। ଏଥିରେ ଛାତ୍ର ଛାତ୍ରୀ ମାନଙ୍କ କଳାତ୍ମକ, ସର୍ଜନାତ୍ମକ ତଥା ବୁଦ୍ଧି ସମ୍ବନ୍ଧୀୟ କୌଶଳ ପରୀକ୍ଷଣ କରାଯିବ। ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଯୁବପିଢ଼ିଙ୍କୁ ଆକର୍ଷିତ କରି ନିଜର ସର୍ଜନାତ୍ମକ ପ୍ରତିଭା ପ୍ରଦର୍ଶନ କରିବା ଏହି କାର୍ୟ୍ୟକ୍ରମ ର ମୂଳ ଉଦେଶ୍ୟ।

ଆଜିର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଜେନେରାଲ ମୋଟର୍ସ ର ପୂର୍ବତନ ଉଅମୁଖ୍ୟ ଡ଼କ୍ଟର ସୁବାସ ମହାଜନ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ।ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ ଓରାୟନ ର ବିଷୟ ରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ କରିଥିଲେ।ଏହି କାର୍ୟ୍ୟକ୍ରମ ରେ କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲମ୍ବା ଏବଂ ପ୍ରବନ୍ଧନ ଏବଂ ବାଣିଜ୍ୟ ବିଭାଗ ର ଡ଼ିନ ଡ଼ ଶ୍ରୀନିବାସ ସୁଵରାଓ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଗତବର୍ଷ ଭଳି ଏଥର ମଧ୍ୟ ରାଜ୍ୟର ରେଭେନସ୍ବା ବିଶ୍ୱବିଧ୍ୟାଳୟ, ସେଞ୍ଚୁରିଅନ ବିଶ୍ୱବିଧ୍ୟାଳୟ, କିଟ ବିଶ୍ୱବିଧ୍ୟାଳୟ, ସୋଆ ବିଶ୍ୱବିଧ୍ୟାଳୟ, ଜ଼ଭିୟର ବିଶ୍ୱବିଧ୍ୟାଳୟ ଓ ୨୦ଟି ଶିକ୍ଷା ଅନୁଷ୍ଠାନ ରୁ ୫୦୦୦ ଛାତ୍ର ଛାତ୍ରୀ ଯୋଗଦାନ କରିଛନ୍ତି।

ଏହି ବାର୍ଷିକ ଉତ୍ସବରେ ମୋଟ ୨୯ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଉଛି.ତନ୍ମଧ୍ୟରୁ କ୍ରୀଡାରେ ବାସ୍କେଟବଲ, ଭଲିବଲ, ଟେବୁଲ ଟାନିଷ ଓ କ୍ରିକେଟ ; ସାଂସ୍କୃତିକ ବିଭାଗ ରେ ନାଚ, ଗୀତ ଓ ଚିତ୍ରାଙ୍କନ; ପ୍ରବନ୍ଧନ ଦକ୍ଷତା ରେ ଅପରେସନ, ମାନବ ସଂସାଧନ, ବିପଣନ, ଆର୍ଥିକ, ଇଂଟରେପରଣୁଁର୍ଷୀପ ଇତ୍ୟାଦି ଆୟୋଜିତ ହେଉଛି।

Leave a Reply

Your email address will not be published. Required fields are marked *