ଉଦୀୟମାନ ହ୍ୟାଣ୍ଡବଲ ଖେଳାଳୀ ଆର୍ୟାନଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୫ ଅଗଷ୍ଟ (ଓଡ଼ିଆ ପୁଅ)– ଉଦୀୟମାନ ହ୍ୟାଣ୍ଡବଲ ଖେଳାଳୀ ଆର୍ୟାନ ବ୍ରାହ୍ମିନଙ୍କୁ ଭୁବନେଶ୍ୱର ଠାରେ ସମ୍ବର୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନବମ ଶ୍ରେଣୀର ଛାତ୍ର ଆର୍ୟାନ ୧୯ ବର୍ଷରୁ କମ ଭାରତୀୟ ଦଳରେ ସର୍ବ କନିଷ୍ଠ ଖେଳାଳୀ ଭାବେ ସାମିଲ ହୋଇ ଲଣ୍ଡନ ଠାରେ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଉଜବେକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ କରିବେ।

ଭୁବନେଶ୍ୱର ଡିପିଏସ କଳିଙ୍ଗର ନବମ ଶ୍ରେଣୀର ଛାତ୍ର ଆର୍ୟାନ ତାଳଚେରର ମୂଳ ବାସିନ୍ଦା। ଆଗାମୀ ଦିନରେ ଜଣେ ସଫଳ କ୍ରୀଡାବିତ ଭାବେ ସେ ଦେଶ ଓ ରାଜ୍ୟର ସମ୍ମାନ ବଢାଇବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *