ଉଦୀୟମାନ ଚେସ୍ ଖେଳାଳୀ ସିଦ୍ଧାନ୍ତ ମହାପାତ୍ରଙ୍କୁୁ ଆଦାନୀ ଫାଉଣ୍ଡେସନ୍ ତରଫରୁ ପ୍ରୋସôାହନ

ଭଦ୍ରକ, ୧୦ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଧାମରା ବନ୍ଦର ପରିସର ମଧ୍ୟରେ ଏକ ସୋ÷ଜନ୍ୟମୂଳକ ସାକ୍ଷାତକାର ଅବସରରେ ଉଦୀୟମାନ ଚେସ୍ ଖେଳାଳୀ ସିଦ୍ଧାନ୍ତ ମହାପାତ୍ରଙ୍କୁ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ  ସୁବ୍ରତ ତ୍ରିପାଠୀ ସମ୍ବର୍ଦ୍ଧନା କରିବା ସହ ପ୍ରୋସôାହନ ରାଶି ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା ଚୂଡାମଣି ଗ୍ରାମର ମାତା ଜ୍ୟୋସ୍ନାମୟୀ ମହାପାତ୍ର ଓ ପିତା ମୁକ୍ତିକାନ୍ତ ମହାପାତ୍ରଙ୍କ ସୁପୁତ୍ର  ସିଦ୍ଧାନ୍ତ ମହାପାତ୍ର ଅତୀତରେ ରାଜ୍ୟ ତଥା ଦେଶ ଏବଂ ଆନ୍ତର୍ଜାତୀୟ ସ୍ତରରେ ବହୁ କୃତିତ୍ୱ ହାସଲ କଲାପରେ ଇଟ୍ଟାଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୱାର୍ଲଡ୍ ଚେସ୍ ଚାମ୍ପିୟନସିପ୍ ରେ ଅଂଶଗ୍ରହଣ କରିବା ଉପଲକ୍ଷେ ଆଦାନୀ ଫାଉଣ୍ଡେସନ୍ ତରଫରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ନିକଟ ଅତୀତରେ ୱାର୍ଲଡ୍ ଚେସ୍ ଫେଡେରେସନ୍ ତରଫରୁ ଇଂଟରନ୍ୟାସନାଲ୍ ମାଷ୍ଟର (ଆଇ.ଏମ୍.) ପଦବୀ ପାଇବାରେ ଯୋଗ୍ୟ ବିବେଚିତ ହୋଇଥିଲେ ।  ସିଦ୍ଧାନ୍ତ ମହାପାତ୍ର ଆମ ରାଜ୍ୟର ୬ତମ ଇଂଟରନ୍ୟାସନାଲ୍ ମାଷ୍ଟର (ଆଇ.ଏମ୍.)  । ଏହି ଅବସରରେ  ସିଦ୍ଧାନ୍ତ ମହାପାତ୍ର ଆଦାନୀ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ କହିଥିଲେ ଯେ, ନିକଟ ଭବିଷ୍ୟତରେ ଗ୍ରାଣ୍ଡ ମାଷ୍ଟର ଟାଇଟଲ୍ ଜିତିବା ମୋର ଲକ୍ଷ୍ୟ ଏବଂ ଏଥିନିମିତ ଆପଣମାନଙ୍କ ସହଯୋଗ କାମନା କରୁଛି ।

Leave a Reply

Your email address will not be published. Required fields are marked *