ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ୨୦୧୮ ଓଡ଼ିଶା ସାହିତ୍ୟ ଏକାଡେମୀରେ ପଶ୍ଚିମ ଓଡ଼ିଶା ଭାଷାକୁ ସମ୍ମାନ ଦିଆଯାଉନାହିଁ – ପଦ୍ମଶ୍ରୀ ହଳଧର ନାଗ

ବୌଦ୍ଧ, ୦୭ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଦୀର୍ଘ ୫ ଦିନ ଧରି କଚେରୀ ପଡିଆଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ୨୦୧୮ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଐତିହାସିକ ବୌଦ୍ଧ ସହରରେ ଆୟୋଜିତ ସାଂସ୍କୃତିକ ମେଳାକୁ ଭୂୟସୀ ପ୍ରଶଂସା କରିବା ସହିତ ମହୋତ୍ସବ ଯୋଗୁଁ କଳାର ବିକାଶ ହେବା ସହ ଭାଇଚାରାର ବାତାବରଣ ସୃଷ୍ଟି ହୋଇଥାଏ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଯୋଗଦେଇଥିଲେ। ଅତିଥି ମାନେ ଏହି ସାଂସ୍କୃତିକ ମହାମିଳନ ଉତ୍ସବର ସଫଳତା ପାଇଁ ଜିଲାବାସୀଙ୍କୁ ତଥା ଆୟୋଜକ କମିଟିର ସଦସ୍ୟମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ମା ମାଟି, ଭାଷା,  ସାତିତ୍ୟକୁ ଭଲ ପାଉଥିବା ଲୋକ ହିଁ ପ୍ରକୃତ ମୁନୁଷ୍ୟ ବୋଲି ଅତ୍ୟତମ ଅତିଥି ଭାବେ ଯୋଗଦେଇଥିବା ଲୋକକବି ପଦ୍ମଶ୍ରୀ ହଲଧର ନାଗ ପ୍ରକାଶ କରିବା ସହ ଜାତି ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ମଣିଷ ଗୋଟେ, ସେହିପରି ଭାଷା ଭିନ୍ନ ଭିନ୍ନ ହେଲେ ମଧ୍ୟ ସାହିତ୍ୟ ଗୋଟେ ବୋଲି କହିବା ସଙ୍ଗେ ସଙ୍ଗେ ଓଡ଼ିଶା ସାହିତ୍ୟ ଏକାଡେମୀରେ ପଶ୍ଚିମ ଓଡ଼ିଶା ଭାଷାକୁ ସମ୍ମାନ ଦିଆଯାଉନାହିଁ ବୋଲି ନିଜ ମତ ରଖିଥିଲେ। ପଶ୍ଚିମ ଓଡିଶା କଳାର ଗନ୍ତାଘର ହୋଇଥିବା ବେଳେ ଏହା ୧୬ କଳାରେ ପରିପୁର୍ଣ୍ଣ ବୋଲି କହିଥିଲେ। ଏହି ଅବସରରରେ ବୌଦ୍ଧ ମହୋତ୍ସବ ସ୍ମରଣିକା ୨୦୧୮କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ବୌଦ୍ଧବ୍ଲକ ବିଡିଓ ନିହାର ରଂଜନ କହଁର ସଭାରେ ମଞ୍ଚ ପରିଚାଳନା କରିଥିଲେ। ଅତିଥିମାନଙ୍କୁ ଜିଲାପ୍ରଶାସନ ପକ୍ଷରୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଦଯାପନୀ ଉତ୍ସବର ସାଂସ୍କୃତିକ ସନ୍ଧ୍ୟା ଥିଲା ଅତି ମନମୁଗଧକର ଓ ଚିତାକର୍ଷକ। ଦର୍ଶକଙ୍କୁ ବାନ୍ଧି ରଖିଥିଲା ପଶ୍ଚିମ ଓଡିଶାର ଲୋକ ନୃତ୍ୟ ଗୀତ ଓ ନାଚ। ଉଦଯାପନି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁର ଭାଇବ୍ରେଣ୍ଡ ଖୋର୍ଦ୍ଧା ପକ୍ଷରୁ ଓଡିଶୀ, ମୟୁରୀ ସୁନ୍ଦରଗଡ ପକ୍ଷରୁ ପଶ୍ଚିମ ଓଡିଶା ଲୋକନୃତ୍ୟ,  ପ୍ରିନସ ଡ୍ୟାନ୍ସ ଗ୍ରୁପ ବ୍ରହ୍ନପୁର ପକ୍ଷରୁ ଦଶଅବତାର ଓ ଗଶେଷ ଅବତାର,  ଗଡ ମେକର କେନ୍ଦ୍ରାପଡା ପକ୍ଷରୁ ବଇତ ବନ୍ଦାଣ, ଡି.ସି.ସି ମୟୁରଭଞ ପକ୍ଷରୁ ଛଉ ନୃତ୍ୟ, ଜିଲା କଳା ସାଂସ୍କୃିତକ ସଂଘ ପକ୍ଷରୁ ଚୁଟକୁ ଚୁଟା, ସୁରଝଙ୍କାର ବରଗଡ ପକ୍ଷରୁ ଲୋକ ନୃତ୍ୟ ଭାଇ ଜିଉନ୍ତିଆ, ଅନୁରାଧା ରାୟ କଲିକତା ପକ୍ଷରୁ ମହାଶକ୍ତି ନାରୀ ଶକ୍ତି ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *