ଉଦନ୍ତୀ ନଦୀ ପଠାରେ ଏକ ଉଲଗ୍ନ ମୃତଦେହ ଠାବ –ଥାନାରେ ଅପମୃତ୍ୟୁ ମାମଳା ରୁଜ୍ଜୁ

ସିନାପାଲି-୨୮/୫ (ଓଡ଼ିଆ ପୁଅ/ଅଶ୍ୱିନୀ କୁମାର ପତି) ସିନାପାଲି ଥାନା ଅନ୍ତର୍ଗତ ଉଦନ୍ତୀ ନଦୀ ମଧ୍ୟରେ ଚଲନା ଘାଟ ନିକଟରେ ଏକ ମୃତଦେହ ଠାବ ହୋଇଛି। ମୃତକ ଜଣକ ନଦୀଗାଁ ର କ୍ଷୀରସିନ୍ଧୁ ପ୍ରଧାନୀ ୫୦ବର୍ଷ ବୋଲି ଜଣାପଡିଛି। ଆଜି ସକାଲ୧୦ ଘଣ୍ଟା ସମୟରେ ନିକଟସ୍ଥ ଚଲନା ସାପ୍ତାହୀକ ବଜାରକୁ ସଉଦା କରିଯାଉଥିବା କିଛିଲୋକ ଉଦନ୍ତୀ ନଦୀ ବାଲିରେ ଏକ ଉଲଗ୍ନ ମୃତଦେହ ପଡିଥିବା ଦେଖିଥିଲେ। ଘଟଣା ଚର୍ଚ୍ଚା ହେବା ପରେ ତାହା ନଦୀଗାଁ ନିବାସୀ କ୍ଷୀରସିନ୍ଧୁଙ୍କ ମୃତଦେହ ବୋଲି ଜଣା ପଡିଥିଲା। ଘଟଣାରୁ ପ୍ରକାଶେଯେ ଗତ ୨୬ ତାରିଖ ଦିନ କ୍ଷୀରସିନ୍ଧୁ ପ୍ରଧାନୀ ଖଢିଆଲ ଯାଇ ଏକ ପୋଢ ହଳ କିଣି ଘରକୁ ଆସିଥିଲେ। ହେଲେ ଗତକାଲି ଏହି ପୋଢ ହଳ କୁଆଡେ ଚାଲିଯାଇଥିବାରୁ ୧୦ ଘଣ୍ଟା ସମୟରେ କ୍ଷୀରସିନ୍ଧୁ ଖୋଜିବାକୁ ଯାଇ ଆଉ ଆସି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଉଦନ୍ତୀ ନଦୀରେ ପଡିଥିବା ଦେଖି ପରିବାର ଲୋକେ ଜାଣିପାରିଥିଲେ। ପରେ ସିନାପାଲି ଥାନାକୁ ଖବର ଦିଆଯାଇଥିଲା। କ୍ଷୀରସିନ୍ଧୁଙ୍କ ଯୌନାଙ୍ଗ ନିକଟରେ କ୍ଷତ ଥିବା ପ୍ରତ୍ୟକ୍ଷଦର୍ଶୀ ନିକଟରୁ ଜଣାପଡିଛି। ସେହିପରି ତାଙ୍କ ମୃତଦେହ ପଡିଥିବା ନିକଟସ୍ଥାନରୁ ପ୍ରାୟ ଏକ କିଲୋମିଟର ଦୂରରୁ ରକ୍ତ ଛିଟା ପଡିଆସିଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କ ପିନ୍ଧିଥିବା ଲୁଙ୍ଗି ଓ ଟୁଆଲ ମଧ୍ୟ ନିକଟରେ ପଡିଛି। ବର୍ତ୍ତମାନ ତାଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଥିବାବେଳେ କ’ଣ ରହସ୍ୟ ଭିତରେ ରହିଛି ସେ ନେଇ ସିନାପାଲି ଥାନାରେ କେସ ନମ୍ବର ୪ ତାରିଖ ୨୮/୫/୧୭ ଅନୁସାରେ ଏକ ଅପମୃତ୍ୟୁ ମାମଳା ରୁଜୁ ହୋଇ ତଦନ୍ତ ଚାଲିଥିବା ସବଇନିସପେକ୍ଟର ପରମାନନ୍ଦ ସୁନାନୀ ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *