ଉଦଘାଟିତ ହେଲା ବିଜେପି ପ୍ରଚାର ଗାଡି

କଟକ ୨୨-୦୫ (ଓଡ଼ିଆ ପୁଅ) ଆଗାମୀ ୨୬ ତାରିଖ ଦିନ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତୀ ଅବସରରେ କଟକ ସ୍ଥିତ ବାଲିଯାତ୍ରା ପଡିଆ ରେ ଏକ ବିଶାଳ ଜନକଲ୍ୟାଣ ସମାବେଶ ରେ ସମଗ୍ର ଭାରତ ବାସୀ ଙ୍କୁ ଉଦବୋଧାନ ଦେବେ। କେନ୍ଦ୍ର ସରକାର ଙ୍କ ସମସ୍ତ ଲୋକାଭିମୂଖୀ ଯୋଜନା କୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର କରିବା ନିମନ୍ତେ ଆଠ ଟି ପ୍ରଚାର ଗାଡି କୁ ନିୟୋଜିତ କରାଯାଇଅଛି। ଏହା କୁ ପତକା ଦେଖାଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ସମୀର ଦେ ଉଦଘାଟନ କରିଥିବା ବେଳେ ସେଠରେ ରାଜ୍ୟ ବିଜେପି ଉପସଭାପତି ନୟନ କିଶୋର ମହାନ୍ତି, ବିଜେପି ରାଜ୍ୟ ସଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର, ବିଜେପି ରାଜ୍ୟ ସମ୍ପାଦକ ଧିରେନ୍ ସେନାପତି ଓ ଦିଲ୍ଲୀପ ମଲ୍ଲିକ, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ଶ୍ରୀତମ ଦାଶ ଏବଂ ଅନ୍ୟ ସ୍ଥାନିୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ। କଟକର ବାଉନ ବଜାର ତେପନ ଗଳି ଓ ସମସ୍ତ ବଜାର, ରାସ୍ତା ଘାଟରେ ଆଠ ଗୋଟି ପ୍ରଚାର ଗାଡି ପରିକ୍ରମା କରି ଲୋକ ମାନଙ୍କୁ ସଭାସ୍ଥଳ କୁ ନିମନ୍ତ୍ରଣ କରିବ ବୋଲି କଟକ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *