ଓଡ଼ିଶା

ଉତ୍ସବ ପ୍ରଧାନପାଟ : ଚୁଡାନ୍ତ ପର୍ଯ୍ୟାୟରେ ୧୮ତମ ଉତ୍ସବ ପ୍ରଧାନପାଟ

ଦେବଗଡ ୧୪-୨ (ଓଡ଼ିଆ ପୁଅ/ଫ୍ରଶାନ୍ତ ଭୁକ୍ତା) ଜିଲ୍ଲାରେ ପାଳନ ହେବାକୁଥିବା ଉତ୍ସବ ପ୍ରଧାନପାଟ ୨୦୧୮ ଆସନ୍ତା୧୬,୧୭ଓ ୧୮ ତାରିଖରେ ୨୨ଟି ସାସ୍କୃତିକ ଦଳ ଦ୍ବାରା ଆୟୋଜିତ ହେବ ବୋଲି ଆୟୋଜକ ଜିଲ୍ଲା ସାଂସ୍କୃତିକ ପରିଷଦ, ଦେବଗଡ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରକାଶ କରିଥିଲେ ।ଓରମାସ ପକ୍ଷରୁ ଏକ ପଲ୍ଲୀଶ୍ରୀ ମେଳା ମଧ୍ୟ ୧୬ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ । ସବୁ ବର୍ଷ ପରି ଏବର୍ଷ ମଧ୍ଯ ରାଜ୍ଯ ବାହାରୁ ତିନୋଟି ଦଳ ଓ ରାଜ୍ଯ ଭିତରୁ ୧୯ ଟି ଦଳ ଅଂଶଗ୍ରହଣ କରିବେ ।ପଞ୍ଜାବର ଲୋକ ନୃତ୍ଯ,କଲିକତାର ଅନୁରାଧା ରାୟ ଓ ସାଥି ମଧ୍ୟପ୍ରଦେଶର ବଧାଇ କୁ ସାମିଲ କରାଯାଇଛି ।ପୁରୀର ମାହାରୀ ନୃତ୍ଯ, ଭୁବନେଶ୍ବରର ଗୋଟିପୁଅ, କଟକର ମାନିନୀ ସାଂସ୍କୃତିକ ଅନୁଷ୍ଠାନ, କଟକର ସମ୍ବଲପୁରୀ ନୃତ୍ଯ, ରାଉରକେଲାର ପଦ୍ମିନୀ ପାଣିଗ୍ରାହୀ, ବଲାଙ୍ଗୀରର ଲୋକନୃତ୍ଯ, କଳାହାଣ୍ଡିର ଘୁମୁରା, ସମ୍ବଲପୁରର ସମ୍ବଲପୁରୀ ନୃତ୍ଯ,କଳାହାଣ୍ଡିର ବାଜନିୟା ,ରାଉରକେଲାର ଓଡିଶୀ, କୁଚିଣ୍ଡାର କିଷାନ ନୃତ୍ଯ,ଦେବଗଡର ପ୍ରଗତିଲଷ୍ମୀ କପରଦାର ଦ୍ବାରା ଓଡିଶୀ ନୃତ୍ଯ,ଦେବଗଡର ଏନଜେଲ ଗ୍ରୁପ ଦ୍ବାରା ସମ୍ବଲପୁରୀ ନୃତ୍ଯ,ଦେବଗଡ ଦେବକୃପା ଗୃପ ଦ୍ବାରା ଓଡିଶୀ ନୃତ୍ଯ,ଦେବଗଡର କ୍ଷେତ୍ରବାସୀ ମେହେର ଦ୍ବାରା ଆଦିବାସୀ ନୃତ୍ଯ ଓ ଲୋକନୃତ୍ଯ, ଏଚ୍ କେ ଡ୍ଯାନ୍ସ ଗ୍ରୁପ ଦେବଗଡ,ପ୍ରେମିକା ଏତ୍ସ ଏଚ୍ ଜିହଦମୁଣ୍ଡା ଏହିଭଳି ୪୫୦ କଳାକାରମାନଙ୍କୁ ନେଇ ଦୁଲକି ଉଠିବ ଉତ୍ସବ ପଧାନପାଟର ରଙ୍ଗମଞ୍ଚ ।ଏନେଇ ୧୩ ଲକ୍ଷ ବ୍ଯୟ ଅଟକଳ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।ସେହିଭଳି ୩ବ୍ଳକରେ ଗୋଟିଏ ଗୋଟିଏ ଦିନ ଉତ୍ସବ ପାଳନ କରାଯିବା ସହିତ ସେହି ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି କୁ ଉତ୍ସବ ପଧାନପାଟରେ ଭାଗ ନେବା ସହିତ ଉତ୍ସବ ପ୍ରଧାନପାଟ ସ୍ମରଣିକା ଉନ୍ମୋଚିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ବୈଠକରେ ଉପସ୍ଥିତ ଥିବି ଆରକ୍ଷୀ ଅଧୀକ୍ଷକ ବି ଗଙ୍ଗାଧର ରାଓ ପୂର୍ବ ବର୍ଷ ପରି ଏବର୍ଷ ବର୍ଷ ମଧ୍ଯ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ପ୍ରଧାନପାଟ କୁ ସହଯୋଗ କରିବା ପାଇଁ ଦେବଗଡ ବାସୀଙ୍କୁ ଆଶା ବ୍ଯକ୍ତ କରିଥିଲେ ।ଏହି ପରିପ୍ରେକ୍ଷୀରେ ଏକ ସାଂସ୍କୃତିକ ଶୋଭାଯାତ୍ରା ମା କନକଦୁର୍ଗା ମନ୍ଦିରରୁ ବାହାରି ଗୋପାଳଜୀ ମନ୍ଦିର, ଷ୍ଟେଟ ବେଙ୍କ,ବଣିଆମାନଙ୍କୁ, ଥାନା ଛକ,ଗୋକର୍ଣ୍ଣେଶ୍ଵର ମନ୍ଦିର, ଗୁରୁସାହି,ସଭାଗୋଳି ଛକ ହେଇ ମା ପଧାନପାଟେଶ୍ବରୀ ଙ୍କ ମନ୍ଦିରରେ ପହଞ୍ଚି ମାନଙ୍କ ଠାରେ ପୂଜାର୍ଚ୍ଚନା ସଲା ପରେ ଆଜ୍ଞା ମାଳ ନେଇ ମଞ୍ଚ କୁ ଆସିବା ପରେ ମଞ୍ଚର ପୁଜା ଅର୍ଚ୍ଚନା କରାଯାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଉଦଘାଟନ କରାଯିବ ।ପ୍ରଥମ ଦିନରେ ମୁଖ୍ଯଅତିଥି ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ସମ୍ମାନୀତ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ନଗେନ୍ଦ୍ର ପ୍ରଧାନ, ମାନ୍ଯବର ଦେବଗଡ ବିଧାୟକ ଶ୍ରୀଯୁକ୍ତ ନୀତେଶ ଗଙ୍ଗ ଦେବ,ଜିଲ୍ଲାପରିଷଦ ଚେୟାରମେନ ଶୀମତୀ ସୁଧାମୟି ପଟେଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସେହିପରି ଦ୍ବିତୀୟ ଦିନରେ ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡିର ଜିଲ୍ଲାପାଳ ଓ ବିପିସିଏଲ ଏସପି ଭୁବନେଶ୍ବର ଓ ଦେବଗଡ ଏସପି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ସେହିପରି ଉଦଯାପନୀ ଦିବସରେ ମୁଖ୍ଯଅତିଥି ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଦେବଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ଅନିତା ପାତ୍ର ଓ ତିନି ବ୍ଲକର ଅଧ୍ୟକ୍ଷା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏହି ବୈଠକରେ ପିଡି ଡିଆରଡିଏ ଭିନସେଣ୍ଟ ପୁନମ କାନ୍ତ ଏକ୍କା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧରମ ହାଁସଦା ଓ ଜିଲ୍ଲା ସାଂସ୍କୃତିକ ପରିଷଦର ସଦସ୍ଯ ବୃନ୍ଦ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top