ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଉତ୍ଥାନ ଫାଉଣ୍ଡେସନ ରାଷ୍ଟ୍ରୀୟ ଅଧିବେଶନ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଫାଉଣ୍ଡେସନର ରାଜ୍ୟ ଶାଖା ସଭାପତି ଆଲେକଜାଣ୍ଡର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନକୁ ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ. ବିଏନ୍ ବିଶ୍ୱନାଥ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ଶ୍ରୀଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେଶନର ରାଷ୍ଟ୍ରୀୟ ମୁଖ୍ୟ ବିଏନ୍ ଝା ଉଦବୋଧନ ଦେଇ ଉତ୍ଥାନର ଭିନ୍ନ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ନିଜର ଖାଦ୍ୟ ପ୍ରସ୍ତୁତି ଓ ଜୈବିକ କୃଷି ଉପରେ କର୍ମଶାଳାରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। କର୍ମଶାଳାରେ କୃଷି ନିର୍ଦ୍ଦେଶକ ପୂର୍ଣ୍ଣିମା ସଉପାଉଁକର କାଶୀ ମୂର୍ତ୍ତି, ବିଜୟନରେଶ ଜୈବିକ କୃଷି ଆଗାମୀ ଦିନରେ ମଣିଷ ସମାଜ ପାଇଁ ଏକମାତ୍ର ବିକଳ୍ପ ପାଇଁ ମତବ୍ୟକ୍ତ କରିଥିଲେ। ଉତ୍ଥାନ ଫାଉଣ୍ଡେସନର ରାଷ୍ଟ୍ରୀୟ ସଭାପତି ଅବଧ ମିଶ୍ର, ସମ୍ପାଦକ ସଞ୍ଜୟ ରାୟ, ଉପସଭାପତି ଚିତରଞ୍ଜନ କାଂଶ, ଆବାହକ ମହେଶ୍ୱର ଖିଲାପ ପ୍ରମୁଖ ଅଧିବେଶନରେ ମଞ୍ଚାସୀନ ଥିଲେ।
