ଉତ୍ଥାନ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ:୨୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ସେପ୍ଟେମ୍ବର ୮ରୁ ୧୦ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବୀ ସଂଗଠନ ଉତ୍ଥାନ ଫାଉଣ୍ଡେସନର ତୃତୀୟ ରାଷ୍ଟ୍ରୀୟ ଅଧିସେବସନ ଅନୁଷ୍ଠିତ ହେବ। ଅଧିବେସନରେ ସମଗ୍ର ଭାରତରୁ ୫୦୦ରୁୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବେ। ସେପ୍ଟେମ୍ବର ୮ତାରିଖ ଦିନ ଜୈବିକ ଚାପ ଓ ଜୈବ ଆଧାରିତ ଜୀବନଶୈଳୀ ଉପରେ ପ୍ରଦର୍ଶନୀ ଆଲୋଚନା ଚକ୍ର ହେବ। ୯ତାରିଖରେ ରାଜ୍ୟର ୬ହଜାର ମହିଳା ଚାଷୀଙ୍କ ସହ ୨୫ହଜାରରୁ ଅଧିକ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ଯୋଗଦେବେ। ୧୦ତାରିଖ ଦିନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମହା ଅଧିବେସନ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ରାଜ୍ୟ ସଭାପତି ଆଲେକ ଜାଣ୍ଡେର ଦାସ, ଆବାହକ ମହେଶ୍ୱର ଖିଲାର ସୂଚନା ଦେଇଛନ୍ତି। ରାଜ୍ୟର ଘଟଗାଁ, ଭଦ୍ରକରେ ବିରୁଡି ଓ ବାଙ୍ଗାଲୋରର ଏକ ଗାଁରେ ଜୈବିକ ବୃଦ୍ଧି ଚାଷର ସଫଳ ପ୍ରୟୋଗ ପାଇଁ ସ୍ଥାନ ନିରୂପଣ ହୋଇଛି। ଏହି ଅବସରରେ ପୁରୀରୁ ଅନ୍ନ ଦାସ ଉତ୍ଥାନ ରଥ ବାହାରି ସମଗ୍ର ରାଜ୍ୟ ପରିକ୍ରମା କରିବ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ। (ଫଟୋ – ଡିପି ଗାଙ୍ଗୁଲି)

Leave a Reply

Your email address will not be published. Required fields are marked *