ଉତ୍ତର ପ୍ରଦେଶ ଉପ ନିର୍ବାଚନ: ବିଜେପିକୁ ଝଟକା: ଉତ୍ତର ପ୍ରଦେଶର ଦୁଇଟି ଲୋକ ସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଗୁଆ

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) : ଉତ୍ତର ପ୍ରଦେଶର ଦୁଇଟିଯାକ ଲୋକ ସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଗୁଆ ଅଛନ୍ତି। ଗୋରଖପୁର ଓ ଫୁଲପୁର ଲୋକ ସଭା ଉପନିର୍ବାଚନରେ ସମାଜବାଦି ପାର୍ଟି ପ୍ରାର୍ଥୀମାନେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ରହିଛନ୍ତି।

ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ସିଟ୍, ବିହାରର ଗୋଟିଏ ଲୋକସଭା ସିଟ ଏବଂ ଦୁଇଟି ବିଧାନସଭା ସିଟ୍ ପାଇଁ ହୋଇଥିବା ଉପନିର୍ବାଚନର ମତଗଣନା ଆଜି ହେଉଛି। ମତଗଣନା ପୂରା ହେବା ସହିତ ହିଁ ନିର୍ବାଚନ ପରିଣାମ ଘୋଷିତ କରି ଦିଆଯିବ। ନିର୍ବାଚନ ପରିଣାମ ଦ୍ୱିପ୍ରହରରେ ଆସିବାର ଆଶଂଙ୍କା। ଏହି ପରିଣାମ 2019 ର ଲୋକସଭା ନିର୍ବାଚନର ପୂର୍ବରୁ ଏକ ସଂକେତ ଦେବ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ଦିଅନ୍ତି। ଉତ୍ତର ପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ସିଟ, ବିହାରର ଅରରିୟା ଲୋକସଭା ସିଟ ବ୍ୟତୀତ ଭଭୁଆ ଏବଂ ଜହାନାବାଦ ବିଧାନସଭା ସିଟର ଉପନିର୍ବାଚନରେ ୧୧ ମାର୍ଚ୍ଚରେ ମତଦାନ ହୋଇଥିଲା। ମତଗଣନା ସକାଳ ଆଠ ଘଣ୍ଟା ସମୟରେ ଆରମ୍ଭ ହୋଇଛି। ଏବଂ ଖବର ଲେଖାଯିବା ପର୍ଯ୍ୟନ୍ତ ବିହାରର ଅରରିୟା ଲୋକସଭା ଉପନିର୍ବାଚନରେ ବିଜେପିର ପ୍ରଦୀପ କୁମାର ଏଥର ପୁଣି ନିର୍ବାଚନ ଲଡ଼ୁଛନ୍ତି। ସେ ପୂର୍ବରୁ ମଧ୍ୟ ଦୁଇଥର ଏହି କ୍ଷେତ୍ରର ସାଂସଦ ଥିଲେ। ଆରଜେଡି ତରଫରୁ ଦିବଂଗତ ସାଂସଦ ତସ୍ଲୀମୁଦ୍ଦୀନଙ୍କର ପୁଅ ସରଫରାଜ ଆଲମ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ଗଠବନ୍ଧନ ସରକାରରେ ଜେଡିୟୁ ସାଥିରେ ସାମିଲ ବିଜେପିର ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କ ପାଇଁ ସମ୍ମାନର ବିଷୟ। ଅରରିୟାରେ ସର୍ବମୋଟ ସାତ ଜଣ ପ୍ରର୍ଥୀ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଗୋରଖପୁର ସିଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏବଂ ଫୁଲପୁର ସିଟ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କର ବିଧାନ ପରିଷଦର ସଦସ୍ୟତା ଗ୍ରହଣ କରିବା ପରେ ତ୍ୟାଗପତ୍ର ଦେଇଥିବାର କାରଣରୁ ଖାଲି ହୋଇଥିଲା।

ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳର ତାଜା ଅପଡେଟ୍ସ ପଢ଼ନ୍ତୁ…
11:40 am (IST)
ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଗଡ଼ ମାନା ଯାଉଥିବା ଗୋରଖପୁର ସିଟରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ 1521 ଭୋଟରେ ଆଗରେ ଅଛନ୍ତି। ଏଠାରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀନ ନିଷାଦଙ୍କୁ 44,977 ଭୋଟ ମିଳିଛି, ସେଠାରେ ବିଜେପି ପ୍ରାର୍ଥିୀ ଉପେନ୍ଦ୍ର ଶୁକ୍ଲାଙ୍କୁ ଏପର୍ଯ୍ୟନ୍ତ 43,456 ଭୋଟ ମିଳିଛି।

11:20 am (IST)

ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ପରେ ଖାଲି ହୋଇଥିଲା। ଗୋରଖପୁର ଲୋକସଭା ସିଟ ଉପ ନିର୍ବାଚନ ପାଇଁ କାଉଣ୍ଟିଂ ଜାରୀ ଅଛି। ପ୍ରାରମ୍ଭିକ ମତଗଣନା ପରେ ବିଜେପି ପ୍ରାର୍ଥିୀ ଉପେନ୍ଦ୍ର ଦତ୍ତ ଶୁକ୍ଲା ଆଗରେ ଥିଲେ। ଉପେନ୍ଦ୍ର ଦତ୍ତ ଶୁକ୍ଲା ବିଜେପିର ଏହି ପରଂପରାଗତ ସିଟରେ ପ୍ରଥମ ଥର ଅଣ ଗୋରକ୍ଷପୀଠ ପ୍ରାର୍ଥିୀ ଅଛନ୍ତି। ଏଠାରେ ମହନ୍ତ ଅବୈଦ୍ୟନାଥଙ୍କ ପରେ ଲାଗାତାର ପାଞ୍ଚ ଥର ଯୋଗୀ ଆଦିତ୍ୟନାଥ ବିଜୟ ଲାଭ କରିଥିଲେ। ପ୍ରାର୍ଥିୀ ଘୋଷିତ ହେବା ପୂର୍ବରୁ ଉପେନ୍ଦ୍ର ଦତ୍ତ ଶୁକ୍ଲା ଗୋରଖପୁରରେ ବିଜେପିର କ୍ଷେତ୍ରୀୟ ଅଧ୍ୟକ୍ଷ ପଦର ଦାୟିତ୍ୱ ସଂଭାଳୁ ଥିଲେ।

11:06 am (IST)
ଉତ୍ତର ପ୍ରଦେଶ ଉପନିର୍ବାଚନ: ଗୋରଖପୁରରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଶୁକ୍ଲା ସମାଜବାଦୀ ପାର୍ଟୀର ନେତା ପ୍ରବୀଣ କୁମାରଙ୍କ ଠାରୁ ପ୍ରାୟତଃ 1500 ଭୋଟରେ ଆଗରେ ଅଛନ୍ତି। ଅନ୍ୟ ପକ୍ଷରେ ଫୁଲପୁରରେ ଚତୁର୍ଥ ରାଉଂଡର କାଉଣ୍ଟିଂ ପରେ ସମାଜବାଦୀ ପାର୍ଟି ପ୍ରାର୍ଥିୀ ନାଗେନ୍ଦ୍ର ସିଂହ ପଟେଲ 3607 ଭୋଟରେ ଆଗରେ ଅଛନ୍ତି। ଏଠାରେ ତାଙ୍କୁ 43,562 ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜେପିର କୌଶଲେନ୍ଦ୍ର ସିଂହ ପଟେଲଙ୍କୁ 39,955 ଭୋଟ ମିଳିଛି।

10:39 am (IST)
ଫୁଲପୁର ଉପନିର୍ବାଚନ: ନିର୍ଦଳୀୟ ପ୍ରାର୍ଥୀ ଅତୀକ ମୁଖ୍ୟଦଙ୍କୁ 4,695 ଭୋଟ ମିଳିଥିଲା। ଏହି ସିଟରେ ବର୍ତ୍ତମାନ ସମାଜବାଦୀ ପାର୍ଟୀର ନାଗେନ୍ଦ୍ର ସିଂହ ପଟେଲ 1058 ଭୋଟରେ ଆଗରେ ଆଗରେ

10:22 am (IST)
ଫୁଲପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡର ମତଗଣନା ପୂରା ହେବାପରେ ସମାଜବାଦୀ ପାର୍ଟିର ନାଗେନ୍ଦ୍ର ସିଂହ ପଟେଲ 22,460 ଭୋଟ ହାସଲ କରି 1437 ମତରେ ଆଗରେ… ଏଠାରେ ବିଜେପିର କୌସଲେନ୍ଦ୍ର ସିଂହ ପଟେଲଙ୍କୁ 21,402 ଭୋଟ ମିଳିଛି।.

9:52 am (IST)
ଉତ୍ତର ପ୍ରଦେଶ ଉପନିର୍ବାଚନ: ଫୁଲପୁର ସିଟରେ ତୃତୀୟ ରାଉଣ୍ଡ ଗଣତିରେ ସମାଜବାଦୀ ପାର୍ଟୀର ପ୍ରାର୍ଥୀ ନାଗେନ୍ଦ୍ର ସିଂହ ପଟେଲ 7600 ଭୋଟର ସାଥିରେ ନିଜର ପ୍ରତିଦ୍ଵଂଦ୍ଵୀ ବିଜେପି ନେତା କୌଶଲେନ୍ଦ୍ର ପଟେଲଙ୍କ ଠାରୁ 1437 ଭୋଟରେ ଆଗରେ …

9:09 am (IST)
ଉତ୍ତର ପ୍ରଦେଶର ଫୁଲପୁରରୁ ପ୍ରାପ୍ତ ତାଜ଼ା ଫଳାଫଳରୁ ସମାଜବାଦୀ ପାର୍ଟୀର ପ୍ରାର୍ଥୀ ନାଗେନ୍ଦ୍ର ପଟେଲ ବିଜେପିର କୌଶଲେନ୍ଦ୍ର ପଟେଲଙ୍କ ଠାରୁ 1400 ଭୋଟରେ ଆଗରେ….

8:59 am (IST)
ଗୋରଖପୁରରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଶୁକ୍ଲା ଏବଂ ତାଙ୍କର ନିକଟତମ ପ୍ରତିଦ୍ଵଂଦ୍ଵି ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ ନିଷାଦଙ୍କ ମଧ୍ୟରେ 1345 ଭୋଟର ବ୍ୟବଧାନ। ଶୁକ୍ଲା ଆଗରେ…

8:51 am (IST)
ଉତ୍ତର ପ୍ରଦେଶରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କର ସିଟ ଫୁଲପୁରରେ ବିଜେପି ପ୍ରାର୍ଥୀ କୌଶଲେନ୍ଦ୍ର ପଟେଲଙ୍କୁ ପ୍ରାରମ୍ଭିକ ଫଳାଫଳରେ ଅଧିକ ଭୋଟ ଏଠାରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସମାଜବାଦୀ ପାର୍ଟିର ନାଗେନ୍ଦ୍ର ସିଂହ ପଟେଲ।

8:47 am (IST)
ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଗଡ଼ ମାନା ଯାଉଥିବା ଗୋରଖପୁରରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଶୁକ୍ଲା ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ 11,500 ଭୋଟରେ ଆଗରେ ଚାଲୁଛନ୍ତି। ଏଠାରେ ତାଙ୍କର ପ୍ରତିଦ୍ୱନ୍ଦିତା ସମାଜବାଦୀ ପାର୍ଟିର ପ୍ରବୀଣ ନିଷାଦ।

Leave a Reply

Your email address will not be published. Required fields are marked *