ବସ ଡିଭାଇଡରରେ ମାଡ଼ ହୋଇ ପଲଟିଲା, ୧୬ ମୃତ, ୧୨ ଆହତ

ମୈନପୁରୀ/ଉତ୍ତର ପ୍ରଦେଶ ୧୩ ଜୁନ୍ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ ମୈନପୁରୀ ଜିଲ୍ଲାରେ ଏକ ବଡ଼ ଭୟାନାକ ସଡ଼କ ଦୁର୍ଘଟଣାହୋଇଛି। ମୈନପୁରୀରେ ତେଜ ଗତିରେ ଆସୁଥିବା ବସ ପଲଟିବାରୁ ୧୬ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୧୨ଜଣ ଲୋକ ଆହତ ହୋଇଛନ୍ତି ଏବଂ ତିନିଜଣଙ୍କର ଅବସ୍ଥା ଗମ୍ଭୀର ଗୁରୁତର ଅଛି।

କୁହାଯାଉଛିଯେ, କି ବସ ଡ୍ରାଇଭର ଅଧିକ ତେଜ ଗତିରେ ଗାଡ଼ି ଚଳାଉଥିଲା। ବସ ଡିଭାଇଡରରେ ମାଡ଼ହୋଇ ପଲଟି ଯାଇଥିଲା ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ପଲଟିଥିବା ବସଟି ପ୍ରାଇବେଟ ବସ ଥିଲା। ଦୁର୍ଘଟଣାଙ୍କର ଭୟାବହତାକୁ ଦେଖି ଆଶଂକା କରାଯାଉଛିଯେ, ମୃତକଙ୍କର ସଂଖ୍ୟା ବଢ଼ିପାରେ। ପୁଲିସ ସେଠାରେ ପହଁଚିଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୈନପୁରୀ ବସ ଦୁର୍ଘଟଣାରେ ଯାତ୍ରିମାନଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ଦୁର୍ଘଟଣାରେ ଦିବଙ୍ଗତ ଲୋକମାନଙ୍କର ଶୋକ ସନ୍ତପ୍ତ ପରିଜନମାନଙ୍କ ପ୍ରତି ନିଜର ହାର୍ଦିକ ସମ୍ବେଦନା ମଧ୍ୟ ବ୍ୟକ୍ତକରିଛନ୍ତି। ଏହା ସହିତ ଆହତମାନଙ୍କର ଚିକିତ୍ସାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *