ଉତ୍ତର ପ୍ରଦେଶର ଘଟଣା: ଦିବ୍ୟାଙ୍ଗ ନିଜେ ଟ୍ରଲି ଚଲାଇ ନିଜର ପିତାଙ୍କ ଶବକୁ ନେଲା

ନୂଆଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଓଡ଼ିଶାର ଦାନମାଝି ପ୍ରସଂଙ୍ଗ ସାରା ପୃଥିବୀରେ ଚର୍ଚ୍ଚା ହୋଇଥିଲା। ସେହିପରି ଏକ ଘଟଣାର ଖବର ଏବେ ଉତ୍ତର ପ୍ରଦେଶରୁ ଆସିଛି। ଖବର ମୁତାବକ ଦିବ୍ୟାଙ୍ଗ ପୁଅ ପାଖରେ ପଇସା ନଥିବାରୁ ଏବଂ ପଇସା ଯୋଗାଡ଼ ନକରିପାରିବାରୁ ନିଜ ପିତାଙ୍କର ମୃତ ଶରୀରକୁ ଠେଲା ଟ୍ରଲି ରିକ୍ସାରେ ଗୋଟିଏ ହାତରେ ବୋହି ନେବାକୁ ବାଧ୍ୟ ହୋଉଛି।

ଘଟଣାଟି ଏହିପରି ସାମୁଦାୟୀକ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଶବବାହନ ନ ହେବାର କାରଣରୁ ଉତ୍ତର ପ୍ରଦେଶର ବାରାବଙ୍କୀ ଜିଲ୍ଲାର ତ୍ରିବେଣୀଗଞ୍ଜର ଏକ ଦିବ୍ୟାଙ୍ଗକୁ ନିଜର ପିତାଙ୍କର ମୃତ ଦେହକୁ ଟ୍ରଲି ଉପରେ ନେବାକୁ ପଡ଼ିଥିଲା। ରାଜକୁମାର ନିଜର ଭଉଣୀ ମଞ୍ଜୁ ସହିତ ନିଜର ରୋଗାକ୍ରାନ୍ତ ପିତା ମଂଶାରାମଙ୍କୁ ତ୍ରିବେଣୀଗଞ୍ଜର ସାମୁଦାୟିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ କୌଣସି ମତେ ଚିକିତ୍ସା କରାଇବା ପାଇଁ ନେଇଥିଲା।

ହସ୍ପିଟାଲ ପହଁଚିବାପରେ ଡାକ୍ତର ମଂଶାରାମକୁ ମୃତ ଘୋଷିତ କରିଥିଲେ ଏବଂ ରାଜକୁମାରକୁ ନିଜର ପିତାର ମୃତ ଶରୀରକୁ ଫେରେଇ ନେବାପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ରାଜକୁମାର ଏବଂ ମଞ୍ଜୁର ନିକଟରେ କିଛି ପଇସା ନଥିଲା, ସେ ପିତାଙ୍କର ମୃତ ଦେହକୁ ପ୍ରାଇଭେଟ ଗାଡ଼ିରେ ଫେରାଇ ଆଣିବା ପାଇଁ କିଛି ଟଙ୍କାର ଯୋଗାଡ଼ କରିବାକୁ ଚେଷ୍ଟା ମଧ୍ୟ କରିଥିଲା କିନ୍ତୁ ଟଙ୍କାର ଯୋଗାଡ଼ ନହୋଇପାରିବାରୁ କିଛି ଘଣ୍ଟା ପରେ ରାଜକୁମାର କୌଣସି ମତେ ନିଜର ପିତାଙ୍କର ମୃତ ଶରୀରକୁ ଫେରାଇ ନେବା ପାଇଁ ଗୋଟିଏ ହାତରେ ଠେଲା ଚଲାଇ ଆଣିଥିଲା।

ସ୍ଥାନୀୟ ଲୋକମାନଙ୍କର ସହାୟତାରେ ରାଜକୁମାର ନିଜର ପିତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିଛି। ଏହି ମାମଲାର ସୂଚନା ମିଳିବା ପରେ ପରେ ବାରାବାଂକୀ ଡିଏମ ଅଖିଲେଶ ତିବାରୀ ଘଟଣାର ଜାଞ୍ଚର ଆଦେଶ ଦେଇଛନ୍ତି ଏବଂ ରେବେନ୍ୟୁ ଡିପାର୍ଟମେଣ୍ଟର ଟିମକୁ ତଥ୍ୟର ଜାଞ୍ଚ କରିବାକୁ କହିଛନ୍ତି।

ନ୍ୟୁଜ 18 କୁ ସାମୁଦାୟିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡକ୍ଟର ପ୍ରଦୀପ କୁମାର କହିଛନ୍ତି କି ରୋଗୀର ମୃତ୍ୟୁ ରାସ୍ତାରେ ହିଁ ହୋଇଯାଇଥିଲା ଏବଂ ସାମୁଦାୟୀକ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ମୃତକଙ୍କୁ ପଠାଇବାର କୌଣସି ବ୍ୟବସ୍ଥା ନଥିଲା। ଗ୍ରାମର ପ୍ରଧାନ ପ୍ରତିନିଧି ସତ୍ୟଦେବ ସାହୁ କହିଛନ୍ତି କି ପ୍ରଧାନ ବାହରକୁ ଯାଇଥଇଲେ ଏହି କାରଣରୁ ସହାୟତା କରିବା ପାଇଁ ପହଁଚି ପାରିନଥିଲେ।

ସାମୁଦାୟୀକ ସ୍ଵାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଟେଣ୍ଟ ମୁକୁଲ ପାଣ୍ଡେୟ କହିଛନ୍ତି କି “ମୁଁ ଡିଏମଙ୍କ ସହିତ ମିଟିଙ୍ଗରେ ଥିଲି, ଯଦି ମୁଁ ସେଠାରେ ଉପସ୍ଥିତ ଥାନ୍ତି ତେବେ ଶବକୁ ପଠାଇବା ପାଇଁ କୌଣସି ନା କୌଣସି ବ୍ୟବସ୍ଥା ନିଶ୍ଚିତ କରିଥାନ୍ତି, ଯଦି ନିଜ ପାଖରୁ ପଇସା ଖର୍ଚ୍ଚ କରିବାପାଇଁ ପଡ଼ିଥାନ୍ତା ତାହା ମଧ୍ୟ କରିଥାନ୍ତି”।

ଚିଫ ମେଡିକାଲ ଅଫିସର ରାମଚନ୍ଦ୍ର କହିଛନ୍ତି କି “କେହି ୧୦୮ ନମ୍ବର ରେ ଇମରଜେନ୍ସୀ ସର୍ଭିସରେ ଫୋନ କରିନାହାନ୍ତି। ଯଦି ଫୋନ୍ କରିଥାନ୍ତେ ତେବେ ଆମ୍ବୁଲାନ୍ସରେ ରୋଗୀକୁ ହସ୍ପିଟାଲ ଅଣାଯାଇପାରିଥାନ୍ତା। ଆମ୍ବୁଲାନ୍ସର ପ୍ରୟୋଗ ମୃତ ଶରୀରକୁ ପଠାଇବା ପାଇଁ କରାଯାଉନାହିଁ। ସେ ଏହା ମଧ୍ୟ କହିଛନ୍ତି କି ଜିଲ୍ଲାରେ କେବଳ ଦୁଇଟି ଶବ ବାହନ ଅଛି ଏବଂ ଏହି ସୁବିଧା ସାମୁଦାୟୀକ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ଉପଲବ୍ଧ ନୁହେଁ।

Leave a Reply

Your email address will not be published. Required fields are marked *