ଆମ ସଂସ୍କୃତି, କଳା ଓ ଐତିହ୍ୟ

ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସାରସ୍ୱତ ସମାରୋହ ଉଦଯାପିତ

ପାଟଣା, ତା୧୧/୦୬(ଓଡିଆ ପୁଅ/ଅଭିମନ୍ୟୁ) ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ୪୨ତମ ବାର୍ଷିକ ସାରସ୍ୱତ ସମାରୋହ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଦୁଇ ଦିନିଆ ସମାରୋହର ଉଦଯାପନ ସନ୍ଧ୍ୟା ରେ ସଂଗଠନର ସଭାପତି ନୃସିଂହ ନାଥ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ ଯୋଗଦେଇ ଉପସ୍ଥିତ କବି ଓ ଲେଖକ ମାନଙ୍କୁ ସମ୍ବୋଧିତ କରିବା ସହ ସାରସ୍ବତ ସାଧନା କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା କବି ବିମଳ ଚନ୍ଦ୍ର ଜେନା, ଇଂ ନବୀନ କୁମାର ଦାସ, ପ୍ରଫେସର ଜଗନ୍ନାଥ ଦାଶ, ଶିକ୍ଷାବିତ ଲାଲମୋହନ ମହାନ୍ତ, ପ୍ରଫେସର ଶଙ୍କର୍ଷଣ ସାହୁ, ପଣ୍ଡିତ ନାରାୟଣ ଦାସ, କବୟିତ୍ରୀ ସୁକାନ୍ତି ରାଉତ, ଶିଶୁ ସାହିତ୍ୟିକ ଚିତ୍ତରଞ୍ଜନ ପଟ୍ଟନାୟକ, ସନ୍ୟାସୀ ଚରଣ ବ୍ରହ୍ମ, ବିମ୍ବାଧର ବ୍ରହ୍ମ, ଶିଶୁ ନୃତ୍ୟ ଶିଳ୍ପୀ ଅର୍ପିତା ମାନା ପ୍ରମୁଖ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଉପସ୍ଥିତ କବି ମାନଙ୍କ କେତେକ ସ୍ବରଚିତ କବିତା ପୁସ୍ତକ ମାନ ଉନମୋଚନ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ରାଜ୍ୟ ପରାମର୍ଶ ଦାତା କବି ବିମଳ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ଜଗନ୍ନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ ସମାରୋହକୁ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଡକ୍ଟର ଭକ୍ତଚରଣ ପ୍ରଧାନ ଉଦଘାଟନ କରିଥିବା ବେଳେ ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ କବି ତଥା ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତି, ବରେଣ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରଶାନ୍ତ ବେହେରା, ଅଧ୍ୟାପକ ରବିନ୍ଦ୍ର ବେହୁରିଆ, ଶିଶୁ ସାହିତ୍ୟିକା ବନଲତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାଗତ ସମିତି ଅଧ୍ୟକ୍ଷ ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଧାରଣ ସଂପାଦକ ପାଟଣା କଲେଜର ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ ସ୍ୱାଗତଭାଷଣ ଓ ସଂଗଠନର ସାଧାରଣ ସଂପାଦକ ଡକ୍ଟର ଭାଗବତ ଲେଙ୍କା ସଂଗଠନର ବାର୍ଷିକ ବିବରଣୀ ପାଠ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନର ସଭାପତି ନୃସିଂହନାଥ ସିଂହ ସଂଗଠନର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସର୍ବଶ୍ରୀ ରଜତ କୁମାର ଦାଶ, ଧର୍ମେନ୍ଦ୍ର କୁମାର ସାହୁ, ଗୋବିନ୍ଦ ପାତ୍ର, ପର୍ଶୁରାମ ପଣ୍ଡା, ପ୍ରହ୍ଲାଦ ବେହେରା, ଦୈତାରୀ ମହାନ୍ତଙ୍କ ସହ ଅଧ୍ୟାପକ ଜଗନ୍ନାଥ ମହାନ୍ତ, ଜୟନ୍ତ ଦ୍ୱିବେଦୀ, ଶରତ ମିଶ୍ର, ପାର୍ଥସାରଥି ବେଜ ଓ ବ୍ରଜେନ୍ଦ୍ର ପତି ପ୍ରମୁଖ କଲେଜର ସମସ୍ତ ଅଧ୍ୟାପକ କର୍ମଚାରୀ ପରିଚାଳନାଗତ ସହଯୋଗ ଯୋଗାଇ ଦେଉଥିବାବେଳେ ଅରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦ୍ଘାଟନ ଦିବସର ଦ୍ୱିତୀୟ ଅଧିବେଶନ ସନ୍ଧ୍ୟାରେ କବି ଭରତ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ‘ଓଡିଆ ସାହିତ୍ୟକୁ କେନ୍ଦୁଝରର ଦାନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବାଣୀବିନୋଦ ଭରତ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ କବି ମାୟାଧର ନାୟକ ପ୍ରମୁଖ ଯୋଗ ଦେଇଛନ୍ତି। ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର, ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରୁ ଶତାଧିକ ସାରସ୍ୱତ ସାଧକ ଯୋଗ ଦେଇଥିବା ବେଳେ ଉଦଯାପନ ଦିବସ ର ପୂର୍ବାହ୍ନରେ ସର୍ବାଧିକ ଆକର୍ଷଣ କବିତା ପାଠ ଉତ୍ସବ ନାରାୟଣ ଚନ୍ଦ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଟଣା ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ମୁଖ୍ୟ ବକ୍ତା ଅଧ୍ୟାପକ ସୁଧା ଦାଶ, ସମ୍ମାନିତ ଅତିଥି ଭାବେ ଡ଼କ୍ଟର ସୁଜିତ କୁମାର ମିଶ୍ର, ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, କବି ଚିତ୍ତରଞ୍ଜନ ନାୟକ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ନାରାୟଣ ଚନ୍ଦ୍ର ସାମଲ ପ୍ରମୁଖ ଅତିଥି ବକ୍ତା ଙ୍କ ଗହଣରେ କବୟିତ୍ରୀ ତଥା ସଂଯୋଜୀକା ଇନ୍ଦୁମତୀ ପାତ୍ର ଓ ଡ଼କ୍ଟର ଆଭାରାଣୀ ବଳ ଙ୍କ ସଂଯୋଜନାରେ ବହୁ ପ୍ରତିଷ୍ଠିତ, ପ୍ରବୀଣ ଓ ନୂତନ କବି ସ୍ବରଚିତ କବିତା ପାଠ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top