ଉତ୍କଳ ଗୌରବ ସାସ୍କୃତିକ ପରିଷଦ ପକ୍ଷରୁ ମଧୁଜୟନ୍ତୀ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଉତ୍କଳ ଗୌରବ ଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୭୦ତମ ମଧୁବାବୁଙ୍କ ଜୟନ୍ତୀ ସ୍ଥାନୀୟ ଜେଆରସି ଭବନରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ବୈଷ୍ଣବ ଚରଣ ସାମଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ଗୌରବଙ୍କ ଜୀବନାଦର୍ଶ ଓ ସ୍ୱତନ୍ତ୍ର ରାଜ୍ୟ ଗଠନରେ ତାଙ୍କର ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ରବିନାରାୟଣ ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ରାଳୀନ ଉତ୍କଳର ସାମଗ୍ରୀକ ବିକାଶରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି ଇଂଜିନିୟର ଧରଣୀଧର ମିଶୟ ସଭାପତିତ୍ୱ କରିଥିଲେ। ସମ୍ପାଦକ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ସଂଗଠକ ରଘୁନାଥ ଲେଙ୍କା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲିଆପାଳର ସମାଜସେବୀ ଶାରଦା ଗିରିଙ୍କୁ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପର୍ଶୁରାମ ପ୍ରଧାନ, ପ୍ରଜ୍ଞାପାରମିତା ମହାନ୍ତି, କବି ଗଗନ ସେଠୀ, ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି ପମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *