ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ କାରଖାନାର ଉତ୍ପାଦନ ବନ୍ଦ

ରାୟଗଡା : ୨୬/୦୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ କାରଖାନର ଉତ୍ପାଦନ ବନ୍ଦ। ଏହି କାରଖାନାର ଚଳପ୍ରଚଳ ଥିବା ମୁଖ୍ୟ ଦ୍ବାର ଦେଇ ଧସେଇ ପଶିଲେ ଶତାଧିକ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ନେଇଥିବାରୁ କାରଖାନାର ଉତ୍ପାଦନ ବନ୍ଦ ହୋଇଛି।

ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଦୋରାଗୁଡା ସ୍ଥିତ ବୃହତ ଶିଳ୍ପ ଉତ୍କଳ ଆଲୁମିନାକୁ ଦ୍ବିମୁଣ୍ଡି ଗ୍ରାମ ବାସୀ ଆଜିକୁ ତିନିଦିନ ଧରି କାରଖାନା ମଧ୍ୟରେ ଧାରଣାରେ ବସିଛନ୍ତି। କାରଣ ଉତ୍କଳ ଆଲୁମିନା କାରଖାନା ପାର୍ଶ୍ୱରେ ଥିବା ଦ୍ବିମୁଣ୍ଡି ଗ୍ରାମରେ ବସବାସ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ଯେ କାରଖାନା ଦ୍ବାରା ବହୁ ପ୍ରଦୂଷଣ ହୋଇ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି ଦ୍ବିମୁଣ୍ଡି ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ସହ କାରଖାନା ପରିସରରେ ଧାରଣା ଦେଇଛନ୍ତି। ଗ୍ରାମବାସୀ ଅଭିଯୋଗ ହେଲା ଗ୍ରାମକୁ ଅନ୍ଯତ୍ର ସ୍ଥାନାନ୍ତର କରିବା ପାଇଁ କମ୍ପାନୀ ନିକଟରେ ଦାବି ଜଣାଇଛନ୍ତି। କାରଖାନା ରୁ ବାହାରୁ ଥିବା ଧୂଆଁ, ଧୂଳି, ସମେତ ବକ୍ସାଇଟ୍ ଓ କୋଇଲା ଗୁଣ୍ଡ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀ ଉପରେ ପଢୁଥିବାରୁ ଏହାକୁ ଖାଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ଏହି ଦାବି ଆମେ ଦୀର୍ଘ ୨୦୧୨ ମସିହା ଠାରୁ ଅଭିଯୋଗ କରିଆସୁଅଛୁ। ଆମ ଗ୍ରାମବାସୀ ସହ କାରଖାନା କତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ମିସି ଏକ ଚୁକ୍ତିପତ୍ର ତା:୧୧/୦୬/୨୦୧୨ ମସିହାରେ ହୋଇଥିଲା। ଚୁକ୍ତିପତ୍ର ରେ ପାଞ୍ଚଟି ବିଷୟରେ ଉଲ୍ଲେଖ କରାଯାଇଛି ଯେ କାରଖାନା ଦ୍ଵାରା ପ୍ରଦୂଷଣ ହୁଏ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁସାରେ ସରକାରୀ ନିୟମ ଅନୁଯାୟୀ ଦ୍ବିମୁଣ୍ଡି ଗ୍ରାମକୁ ବିସ୍ଥାପିତ କରାଯିବ। ଦ୍ବିମୁଣ୍ଡି ଗ୍ରାମର ୭୦ ପରିବାରଙ୍କୁ ୧୦ ଡିସିମିଲି ଲେଖାଏଁ ଜମି ଦିଆଯିବ। ଗ୍ରାମର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ। ଗ୍ରାମର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ବଂଶାନୁକ୍ରମେ ଅଗ୍ରାଧିକାର ଦିଆଯିବ ଏବଂ ଗ୍ରାମର ଅନ୍ୟାନ୍ୟ ସମସ୍ୟା ଗୁଡିକ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ମାଧ୍ୟମରେ ସମୟ ସମୟରେ ସମାଧାନ କରାଯିବ। ଏହି ଚୁକ୍ତିପତ୍ର ଦଲିଲରେ ପୂର୍ବତନ ଜିଲ୍ଲାପାଳ ଡା: ଶଶୀଭୂଷଣ ପାଢ଼ୀ, କମ୍ପାନୀ କର୍ତ୍ତୃପକ୍ଷ ଚିତ୍ରସେନ ନାୟକ, ଏମ ରମେଶ କୁମାର ସ୍ବାକ୍ଷରିତ ହେଇଛି ଏବଂ ଦ୍ବିମୁଣ୍ଡି ଗ୍ରାମବାସୀଙ୍କ ସ୍ବାକ୍ଷରିତ ହୋଇଛି।

ବର୍ତ୍ତମାନ କାରଖାନା କର୍ତ୍ତୃପକ୍ଷ, ଉପଜିଲ୍ଲାପାଳ ପ୍ରବୀଣ କୁମାର ନାୟକ ଓ ଡିଏସପି ରାଜକିଶୋର ଦାସ ଏବଂ ଆନ୍ଦୋଳନକାରୀ ବାରମ୍ବାର ଆଲୋଚନା କରୁଛନ୍ତି କିନ୍ତୁ କୈଣସି ସୁଫଳ ମିଳୁନାହିଁ। ଆମେ କାରଖାନାର ଅଚଳାବସ୍ଥା ଓ ଗ୍ରାମ ବାସୀଙ୍କ ଦାବି ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ ସହ ଯୋଗାଯୋଗ କରିଥିଲୁ କାରଖାନାର ଲୋକସମ୍ପର୍କ ଅଧିକାରୀ ଛୁଟିରେ ଅଛନ୍ତି କହି ଅନ୍ୟ ଅଧିକାରୀଙ୍କ ନମ୍ବର ପ୍ରଦାନ କରିଥିଲେ ଉକ୍ତ ନମ୍ବର ଯୋଗାଯୋଗ କରିବା ରୁ ସେ ମଧ୍ୟ ଛୁଟିରେ ଅଛି କହି କଥାଟିକୁ ଏଡାଇ ଦେଲେ।

Leave a Reply

Your email address will not be published. Required fields are marked *