ଜିଲ୍ଲା ପରିକ୍ରମା

ଉତ୍କଳହିନ୍ଦୀ ବିଦ୍ୟାପୀଠ ବାର୍ଷିକ ଉତ୍ସବ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଉତ୍କଳହିନ୍ଦୀ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ସଂଗୀତ ଗୂରୁ ବିଜୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ। ମଦର ମଣ୍ଡଳସହକାରୀ ଶିକ୍ଷାଧିକାରୀ କାର୍ତ୍ତିକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିଆରସିସି ଲକ୍ଷ୍ମୀଧର ସାହୁ ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ହେମନ୍ତ କୁମାର ଷ୍ୟଙ୍ଗୀ, ଭଗବାନ ସାହୁ, ପୈାରସଦସ୍ୟ ସୁପ୍ରିୟା ପାତ୍ର ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କାରଥିଲେ। ଉତମ ଜ୍ଞାନ ଆହରଣ ସହ ଭବିଷ୍ୟତରେ ଭଲମଣିଷ ହୋଇ ସମାଜରେ ପ୍ରତିଷ୍ଠା ଲାଭ କାରିବାକୁ ଅତିଥୀ ମାନେ ପରାମର୍ଶ ଦେଇଥଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସରକାରୀ ଶିକ୍ଷୟତ୍ରୀ ବୀଣାରାଣୀ ଦାସ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଲୀ ଳାବତୀ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ସହଯୋଗିତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top