ad
ଅନୁଗୁଳ

ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଶୀତବସ୍ତ୍ର ବଂଟନ

ତାଳଚେର୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମକର ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ୍ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୮ତମ ଶୀତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି, କଣିହାଁ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମିତିର ସଭାପତି ସୁଧାକର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଡାକ୍ତର ଏ.ଭି.ଆର୍.ତିର୍କୀ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ଦୈତାରୀ ସାହୁ, କଳମଛୁଇଁ ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମିତି ସଭ୍ୟା କୁମୁଦିନୀ ସାହୁ, ଫକୀର ମୋହନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅନନ୍ତ ସାହୁ ଓ ରଙ୍ଗାଧର ନାୟକ ପ୍ରମୁଖ ଯୋଗ ଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ସମିତିର ପ୍ରାଣ ପ୍ରତିଷ୍ଠାତା କପିଳେଶ୍ୱର ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସମିତିର ପୂର୍ବତନ ସଭାପତି କୁଞ୍ଜବିହାରୀ ପ୍ରଧାନ ଓ ବେଣୁଧର ସାହୁଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମିତିର ସମ୍ପାଦକ କାଳନ୍ଦୀ ପ୍ରଧାନ ବିବରଣୀ ପାଠ କରିବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ନିଜ ଅଭିଭାଷଣରେ ଦିବ୍ୟାଙ୍ଗମାନଙ୍କ ସେବା ହିଁ ପ୍ରକୃତ ମାଧବ ସେବା ବୋଲି ଅଭିହିତ କରିବାସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମସ୍ତେ ନିରନ୍ତର ଉଦ୍ୟମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୨ଶହରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ସମିତି ପକ୍ଷରୁ ଅନ୍ନଦାନ ଓ ଶୀତବସ୍ତ୍ର ବଂଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅବନୀ କୁମାର ସାହୁ, ସମର ବଲ୍ଲଭ ପ୍ରଧାନ, ଛବିଳ ସାହୁ, ପ୍ରଶାନ୍ତ ସାହୁ, ବିନୋଦ ସାହୁ, ଜଗବନ୍ଧୁ ବାରିକ, ପ୍ରଭାକର ପ୍ରଧାନ, ହାଡିବନ୍ଧୁ ପ୍ରଧାନ, ଲିଲୁ ବାରିକ, ଦୁଃଖିଆ ସାହୁ, ବିଜୟ ସାହୁ, ମନୋଜ ପ୍ରଧାନ, କାହ୍ନା ପ୍ରଧାନ, ଳକ୍ଷ୍ମଣ ପ୍ରଧାନ, ବିପିନ ସ୍ୱାଇଁ, ରମେଶ ସ୍ୱାଇଁ, ଗୁନୁ ସାହୁ, ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖଙ୍କ ସହ କଳମଛୁଇଁ ଗ୍ରାମବାସୀଗଣ ସହଯୋଗ କରିଥିଲେ। ପରିଶେଷରେ ଜଗବନ୍ଧୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top